ETV Bharat / state

ଫେକ ଆଇଡିରେ ରେଳ ଟିକଟ ବିକ୍ରି, ଅଭିଯୁକ୍ତ ଗିରଫ

author img

By

Published : Nov 3, 2019, 10:23 AM IST

ରେଳ ବିଭାଗର ଅନୁମତି ନଥାଇ ଫେକ ଆଇଡି କରି ରେଳ ଟିକେଟ କାଟିବା ମହଙ୍ଗା ପଡିଛି ଜଣେ ଠକଙ୍କୁ । ଆନ୍ତଃରାଜ୍ୟ ପୋଲିସ ଆସି ଉଠାଇ ନେଇଛି ଅଭିଯୁକ୍ତକୁତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଫେକ ଆଇଡି ଖୋଲି ସଂରକ୍ଷଣ ରେଳ ଟିକଟ ବିକ୍ରି ଅଭିଯୋଗରେ ଗତକାଲି ଝାଡଖଣ୍ଡ ଜାମସେଦପୁର ରେଳବାଇ ପୋଲିସ (ଆରପିଏଫ) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ସ୍ବାମୀ ଜେରକ୍ସର ମାଲିକ ରାହୁଲ ସ୍ବାମୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ରାହୁଲ ନିଜ ଘରେ ଖୋଲିଥିବା ଏକ ଦୋକାନ ଗୃହରେ ଅନଲାଇନ ରେଳ ଟିକଟ ବୁକିଂ କରି ବିକ୍ରି କରୁଥିଲେ । ତେବେ ସେ ଫେକ ଆଇଡି ଖୋଲି ରେଳ ଟିକଟକୁ ଚଢା ଦରରେ ବିକ୍ରି କରୁଥିଲେ । ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ରେଳ ସଂରକ୍ଷଣ ଟିକଟ ବୁକିଂ ପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ନ ଥିବାବେଳେ କୌଣସି ବ୍ୟକ୍ତିଙ୍କ ଆଇଡିକୁ ନେଇ ଟିକଟ ବୁକିଂ କରୁଥିବାର ଏଜେନ୍ସି ନେଇଥିବା ଜଣେ ବ୍ୟକ୍ତି ରେଳ ବିଭାଗରେ ଅଭିଯୋଗ କରିଥିଲେ ।

ଏନେଇ ଗତକାଲି ରାତିରେ ଆରପିଏଫ ଏଏସଆଇ ଜିସି ମଲ୍ଲିକଙ୍କ ନେତୃତ୍ବରେ ଏକ ଦଳ ରାଇରଙ୍ଗପୁର ପହଞ୍ଚି ରାଇରଙ୍ଗପୁର ଟାଉନ ଥାନାର ସହାୟତାରେ ଅଭିଯୁକ୍ତ ରାହୁଲ ସ୍ବାମୀକୁ ଗିରଫ କରି ଟାଟାନଗର ରେଲୱେ ଥାନା ନେଇ ଯାଇଥିବାର ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଫେକ ଆଇଡି ଖୋଲି ସଂରକ୍ଷଣ ରେଳ ଟିକଟ ବିକ୍ରି ଅଭିଯୋଗରେ ଗତକାଲି ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେଳବାଇ ପୋଲିସ୍ (ଆରପିଏଫ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ସ୍ବାମୀ ଜେରକ୍ସ ର ମାଲିକ ରାହୁଲ ସ୍ବାମୀ (୨୭)। ସୂଚନା ଅନୁଯାୟୀ ରାହୁଲ ନିଜ ଘରେ ଖୋଲିଥିବା ଏକ ଦୋକାନ ଗୃହ ରେ ଅନଲାଇନ ରେଳ ଟିକଟ ବୁକିଂ କରି ବିକ୍ରି କରୁଥିଲେ। ତେବେ ସେ ଫେକ ଆଇଡି ଖୋଲି ରେଳ ଟିକଟ କୁ ଚଢା ଦରରେ ବିକ୍ରି କରୁଥିଲେ। ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ରେଳ ସଂରକ୍ଷଣ ଟିକଟ ବୁକିଂ ପାଇଁ ରେଳ ବିଭାଗ ପକ୍ଷରୁ ଅନୁମତି ନ ଥିବାବେଳେ କୌଣସି ବ୍ୟକ୍ତି ଙ୍କ ଆଇଡି କୁ ନେଇ ଟିକଟ ବୁକିଂ କରୁଥିବାର ଏଜେନ୍ସି ନେଇଥିବା ଜଣେ ବ୍ୟକ୍ତି ରେଳ ବିଭାଗ ରେ ଅଭିଯୋଗ କରିଥିଲେ। ଏ ନେଇ ଗତକାଲି ରାତିରେ ଆରପିଏଫ ଏଏସଆଇ ଜିସି ମଲ୍ଲିକ ଙ୍କ ନେତୃତ୍ବରେ ଏକ ଦଳ ରାଇରଙ୍ଗପୁର ପହଞ୍ଚି ରାଇରଙ୍ଗପୁର ଟାଉନ ଥାନା ର ସହାୟତା ରେ ଅଭିଯୁକ୍ତ ରାହୁଲ ସ୍ବାମୀ କୁ ଗିରଫ କରି ଟାଟାନଗର ରେଲୱେ ଥାନା ନେଇ ଯାଇଥିବାର ସୂଚନା ମିଳିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.