ରାଇରଙ୍ଗପୁର : ବନ୍ୟଜନ୍ତୁ ଶିକାର ବେଳେ ଗିରଫ ହେଲେ ୬ ଶିକାରୀ । ଏହାସହ ସେମାନଙ୍କ ନିକଟରୁ ୧୨ କେଜି କୁଟରା ମାଂସ ସହ ଧନୁତୀର ମଧ୍ୟ ଜବତ ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ସଂରକ୍ଷିତ ଡୁମୁରଡିହା ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକୁଥିବାବେଳେ ଗିରଫ କଲା ବନବିଭାଗ ।
ଜଙ୍ଗଲରେ କୁଟରା ଶିକାର କରି ମାଂସ ଭାଗ ଭାଗ କରି ବିକୁଥିବା ସମୟରେ ଗିରଫ କରିଛି ବନବିଭାଗ ଏମାନେ ନିଆଁ ଲଗାଇ ଜନ୍ତୁ ଶିକାର କରୁଥିବା ମଧ୍ୟ ଅନୁମାନ କରୁଛି ବନବିଭାଗ । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏକ ଟିମ ନିଆଁ ଲିଭାଇ ଘରକୁ ଫେରୁଥିବା ସମୟରେ ସନ୍ଦେହ ଭାବରେ ଧନୁତୀର ଧରି ଗୋଟିଏ ଜାଗାରେ ୬ ଜଣଙ୍କୁ ଦେଖି ବନବିଭାଗ କର୍ମଚାରୀମାନେ ଗାଡି ଅଟକାଇଥିଲେ ।
ପରେ ଘଟଣାସ୍ଥଳରୁ ଯିବାରୁ ବନ କର୍ମଚାରୀଙ୍କୁ ଦେଖି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ କର୍ମଚାରୀମାନେ 6 ଜଣଙ୍କୁ କାବୁ କରି କରିଛନ୍ତି । ସେମାନଙ୍କ ନିକଟରୁ ଧନୁତୀର ସହିତ ୧୨ କେଜି କୁଟରା ମାଂସ ଜବତ କରାଯାଇଛି । ଏନେଇ ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ