ETV Bharat / state

ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

author img

By

Published : Dec 22, 2022, 12:25 PM IST

ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ ଝିଲମ । ୨ଜଣଙ୍କ ନାମରେ ଥାନାରେ ଏତଲା । ଅଧିକ ପଢନ୍ତୁ

forest staff death
forest staff death
forest staff death

ରାଇରଙ୍ଗପୁର: ମୟୂରଭଞ୍ଜରେ ଅସ୍ଥାୟୀ ବନ କର୍ମଚାରୀ ମୃତ୍ୟୁ ଘଟଣା । ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଥାନାରେ ଏତଲା ଦେଲେ ସ୍ତ୍ରୀ ଝିଲମ । ଶିମିଳପାଳ ଦନ୍ତା ହାତୀ ଶିକାର ଘଟଣାର ପ୍ରମୁଖ ସାକ୍ଷୀ କୁହା ଯାଉଥିବା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ଜେନାବିଲ ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଶିବ ଶଙ୍କର ସାମଲ ଓ ବିନୋଦ ଦାସ ଚନ୍ଦ୍ରଭାନୁ ବେହେରା ମିସି ନିସ୍ତୁକ ପିଟିବା ସହିତ ତାଙ୍କୁ ବିଷ ପିଆଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ଝିଲମ ପୂର୍ତ୍ତି । ଏନେଇ ଯଶିପୁର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ।

ଏତଲାରେ ସେ ଉଲ୍ଲେଖ କରିଛନ୍ତି ଯେ, ''ଗତ ୧୧ତାରିଖ ଦିନ ଶିବ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣାକୁ ମୋ ସ୍ୱାମୀକୁ ନିସ୍ତୁକ ପିଟିବା ସହିତ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ । ଯାହା ଫଳରେ ସେ ଅସୁସ୍ଥ ହୋଇ ପ୍ରଥମେ ଜଶିପୁର ଏବଂ ପରେ କରଞ୍ଜିଆ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଆମ୍ବୁଲାନ୍ସରେ ଘରକୁ ଆଣିବା ବେଳେ ଜନୈକ ଅସ୍ଥାୟୀ ବନ କର୍ମଚାରୀ ରାସ୍ତାରେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ସ୍ୱାମୀର ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେବା ପାଇଁ ପ୍ରୟାସ କରିଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି ଝିଲମ ପୂର୍ତ୍ତି ।'' ଏନେଇ ଜଶୀପୁର ଥାନାରେ କେସ ନମ୍ବର ୩୧୦/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ବାରିପଦାରେ ରାଜ୍ୟର ଦ୍ବିତୀୟ ଫାୟାର ପାର୍କ ଉଦଘାଟନ

ଗତ ୭ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟର ଜେନାବିଲ ରେଞ୍ଜର ବକୁଆ ଅଞ୍ଚଳରେ ଏକ ଦନ୍ତାହାତୀକୁ ଶିକାର କରି ଶିକାରୀ ମାନେ ଦାନ୍ତ କାଟି ନେଇଥିଲେ । ଏହି ଘଟଣା ବନ ବିଭାଗ ଜାଣିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀକୁ ପୋଡ଼ି ଦେବା ସହିତ ହାଡ ଏବଂ ପାଉଁଶକୁ ନିକଟ ଏକ ନାଳରେ ଭସାଇ ଦେଇଥିଲେ । ଏନେଇ ଘଟଣା ବକୁଆ ଗ୍ରାମବାସୀ ଜାଣିବା ପରେ ବନ ବିଭାଗର ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇଥିଲା । ଘଟଣାସ୍ଥଳରେ ତଦନ୍ତ କରିଥିଲା ବନବିଭାଗର ଏକ ୫୦ ଜଣିଆ ଟିମ । ଟିମ ତଦନ୍ତ ବେଳେ ହାତୀ ପୋଡ଼ା ଯାଇଥିବା ସ୍ଥାନ ଚିହ୍ନଟ କରିବା ଏବଂ କିଛି ହାଡ଼ ଜବତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।

ଅନ୍ୟପଟେ ଏହି ଘଟଣାକୁ ବନ ବିଭାଗ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ବନ କର୍ମଚାରୀ ବକୁଆ ଗ୍ରାମର ଜୈନେକ ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୁର୍ତ୍ତିଙ୍କୁ ଗାଳି କରିବା ସହିତ ଫଟୋ ଭିଡ଼ିଓ କରିଥିଲେ । ଏନେଇ ସେ ବିଷ ପାନ କରିବାରୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାର କିଛି ଦିନ ପରେ ଅସ୍ଥାୟୀ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.