ETV Bharat / state

8 ଦଫା ଦାବି ନେଇ ଜଙ୍ଗଲ ସୁରକ୍ଷା କମିଟିର ବିକ୍ଷୋଭ - mayurbhanj

ମୟୁରଭଞ୍ଜ ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଵିଭିନ୍ନ ଦାବି ନେଇ ଶୁକ୍ରବାର ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ମୟୂରଭଞ୍ଜ
author img

By

Published : Feb 22, 2019, 10:37 PM IST

ମୟୁରଭଞ୍ଜ: ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଵିଭିନ୍ନ ଦାବି ନେଇ ଶୁକ୍ରବାର ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ 95 କମିଟିର ସଦସ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ମୟୂରଭଞ୍ଜ

ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ 2006 ସଂଶୋଧିତ ନିୟମାବଳୀ 2012 ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ସମ୍ବଳର ମାଲିକାନା ଓ ଅଧିକାର, ଜଙ୍ଗଲ ଅଧିକାର ଆଇନ 2006 ବଳରେ ଗ୍ରାମସଭାକୁ କ୍ଷମତା ପ୍ରଦାନ କରି ଜଳ, ଜମି ଜଙ୍ଗଲର ସୁରକ୍ଷା, ଉଜୁଡା ଜଙ୍ଗଲକୁ ଘଞ୍ଚ ଜଙ୍ଗଲରେ ପରିଣତ କରିଥିବା କମିଟିକୁ ଭିଏସ୍‌ଏସ୍‌ରେ ପରିବର୍ତ୍ତନ କରି ଫାଇଲିନ ଓ ସୁବର୍ଣ୍ଣରେଖା କେନାଲ ଦ୍ୱାରା କଟାଯାଇଥିବା କାଠର ଲାଭାଂଶ ଦେବାକୁ ଦାବି କରିଛି କମିଟି ।

ଦୀର୍ଘ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ଜଡ଼ିତ ଥିବା ଯୁଗ୍ମ ଜଙ୍ଗଲ ସୁରକ୍ଷା କମିଟି ବୁଢ଼ୀଖମାରି ଓ ମୟୁରଭଞ୍ଜ ଜଙ୍ଗଲ ମଞ୍ଚର ସଦସ୍ୟଙ୍କୁ ଜିଲ୍ଲା ପରିବେଶ ସମିତିରେ ସାମିଲ କରିବା ପାଇଁ ଦାବି ହୋଇଛି । ସରକାର ଦାବି ପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କମିଟି ସଭାପତି କହିଛନ୍ତି । ସବୁ ଦାବିକୁ ନେଇ ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି କମିଟି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଜଙ୍ଗଲ କମିଟି ପକ୍ଷରୁ ଵିଭିନ୍ନ ଦାବି ନେଇ (ଶୁକ୍ରବାର) ବାରିପଦା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ 95 କମିଟି ର ସଦସ୍ୟ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଜଙ୍ଗଲ ଅଧିକାର ଆଇନ 2006 ସଂଶୋଧିତ ନୀୟମାବଳୀ 2012 ଅନୁଯାୟୀ ଗୋଷ୍ଟି ଜଙ୍ଗଲ ସମ୍ବଳର ମାଲିକାନା ଓ ଅଧିକାର ଦାବି, ଜଙ୍ଗଲ ଅଧିକାର ଆଇନ 2006 ବଳରେ ଗ୍ରାମ ସଭାକୁ କ୍ଷମତା ପ୍ରଦାନ କରି ଜଳ,ଜମି ଜଙ୍ଗଲ ର ସୁରକ୍ଷା ଦାବି, ଉଜୁଡା ଜଙ୍ଗଲ କୁ ଘଞ୍ଚ ଜଙ୍ଗଲ ରେ ପରିଣତ କରିଥିବା କମିଟି କୁ ଭି ଏସ ଏସ ରେ ପରିବର୍ତ୍ତନ କରି ଫାଇଲୀନ ଓ ସୁବର୍ଣ୍ଣରେଖା କେନାଲ ଦ୍ୱାରା କଟାଯାଇଥିବା କାଠ ର ଲାଭାଂଶ ଦେବାକୁ ଦାବି କରିଛି କମିଟି।

Body:ଦୀର୍ଘ ବର୍ଷ ଧରି ଜଙ୍ଗଲ ସୁରକ୍ଷାରେ ଜଡ଼ିତ ଥିବା ଯୁଗମ ଜଙ୍ଗଲ ସୁରକ୍ଷା କମିଟି ବୁଢ଼ୀଖମାରି ଓ ମୟୁରଭଞ୍ଜ ଜଙ୍ଗଲ ମଞ୍ଚର ସଦସ୍ୟ ଜିଲ୍ଲା ପରିବେଶ ସମିତିରେ ସାମିଲ କରିବା।ଆଗାମୀ ଦିନରେ ସରକାର ଦାବି ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କମିଟି ସଭାପତି କହିଛନ୍ତି। ଏ ସବୁ ଦାବି କୁ ନେଇ ଆଜି ଜିଲ୍ଲା ଜଙ୍ଗଲ କମିଟି ପକ୍ଷରୁ ଏକ ଦାବିପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛି କମିଟି।

ବାଇଟ-ବିଶ୍ଵନାଥ ପୂର୍ତ୍ତି-ସଭାପତି-ଜଙ୍ଗଲ ସୁରକ୍ଷା କମିଟି-ମୟୁରଭଞ୍ଜ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.