ETV Bharat / state

ସହରରେ ବୁଲୁଛି କ୍ଷତାକ୍ତ ହରିଣ, କୁକୁର ଆକ୍ରମଣ ଆଶଙ୍କା - ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ମୁର୍ଗାବାଡି ଅଞ୍ଚଳରେ ଗୋଟିଏ ଆହତ ହରିଣକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ । ଅଧିକ ପଢନ୍ତୁ...

ହରିଣର ଉଦ୍ଧାର କାର୍ଯ୍ୟ ଜାରି
ହରିଣର ଉଦ୍ଧାର କାର୍ଯ୍ୟ ଜାରି
author img

By

Published : Feb 10, 2021, 1:53 PM IST

ବାରିପଦା: ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ମୁର୍ଗାବାଡି ଅଞ୍ଚଳରେ ଗୋଟିଏ ଆହତ ହରିଣକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ ।

ହରିଣ ଉଦ୍ଧାର କାର୍ଯ୍ୟ ଜାରି

ଆଜି ସକାଳୁ ଏକ ହରିଣଟି ବାରିପଦା ସହରର ଓ୍ବାର୍ଡ ନମ୍ବର ୨୧ ମୁର୍ଗାବାଡି ଅଞ୍ଚଳର ବ୍ୟୋମକେଶ ପାଣିଗ୍ରାହୀଙ୍କ ଘରେ ପଶି ଯାଇଥିଲା। ହରିଣଟିର ମୁହଁ କ୍ଷତାକ୍ତ ହୋଇ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଛି। ହରିଣ ସହର ଭିତରକୁ ପଶିଯାଇଥିବାରୁ କୁକୁରମାନେ ହରିଣ ଉପରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

ଜାଲ ପକାଇ ହରିଣଟିକୁ ଉଦ୍ଧାର କରିବା ପାଇଁ ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଇଥିଲା। ହରିଣଟି ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବନବିଭାଗ କର୍ମଚାରୀ ହରିଣଟିକୁ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.