ETV Bharat / state

ପରିବା ଗାଡ଼ିରେ ବିଦେଶୀ ମଦ ଚାଲାଣ, 2 ଗିରଫ - ପରିବା ଗାଡ଼ିରେ ବିଦେଶୀ ମଦ ଚାଲାଣ

ଲକଡାଉନ୍‌ ବେଳେ ବାହାର ରାଜ୍ଯରୁ ଓଡିଶାକୁ ପରିବା ଗାଡିରେ ଚୋରା ବିଦେଶୀ ମଦ ଚାଲାଣ । ଘଟଣାରେ ଗାଡି ଭିତରୁ ବୋଇତାଲୁ ସହିତ ୪୨ ଲିଟର ୭୫୦ ଗ୍ରାମ ବିଦେଶୀ ମଦ ଜବତ ସହ ୨ ଜଣକୁ ଗିରଫ କରିଛି ମୟୂରଭଞ୍ଜ ଝାରପୋଖରିଆ ପୋଲିସ । ଅଧିକ ପଢନ୍ତୁ...

ପରିବା ଗାଡ଼ିରେ ବିଦେଶୀ ମଦ ଚାଲାଣ, 2 ଗିରଫ
ପରିବା ଗାଡ଼ିରେ ବିଦେଶୀ ମଦ ଚାଲାଣ, 2 ଗିରଫ
author img

By

Published : Apr 27, 2020, 12:38 PM IST

ବାରିପଦା: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଜାରି ରହିଛି ଲକଡାଉନ୍‌। ଏଭଳି ସ୍ଥିତିରେ ଚୋରା ମଦ ବେପାରୀ ଅଭିନବ ଉପାୟରେ ବିଦେଶୀ ମଦ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ମଦ ବ୍ୟବସାୟୀମାନେ ଝାରଖଣ୍ଡରୁ ଓଡିଶାକୁ ପନିପରିବା ଗାଡ଼ିରେ ଚାଲାଣ କରୁଛନ୍ତି ବିଦେଶୀ ମଦ ।

ପରିବା ଗାଡ଼ିରେ ବିଦେଶୀ ମଦ ଚାଲାଣ, 2 ଗିରଫ

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ରବିବାର ବିଳମ୍ବିତ ରାତିରେ ଜାମଶଳାଠାରେ ସୀମା ପାର ହୋଇ ଆସୁଥିବା ଏକ ପରିବା ବଝେଇ ପିକପ୍‌ ଭ୍ୟାନକୁ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ଭିତରୁ ବୋଇତାଲୁ ସହିତ ୪୨ ଲିଟର ୭୫୦ ଗ୍ରାମ ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ପୋଲିସ।

ଘଟଣାରେ ଝାରପୋଖରିଆ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରଖିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଝାଡଖଣ୍ଡ ବହଡାଗୁଡା ଅଞ୍ଚଳର ବାସୁଦେବ ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଭୁବେନେଶ୍ବରର ସୁବାସ ଚନ୍ଦ୍ର ଜେନା ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.