ETV Bharat / state

ଅଙ୍ଗନବାଡି କର୍ମୀଙ୍କ ପାଇଁ ଅଟକିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ପୁଣି ଥରେ ବିବାଦୀୟ ଅଙ୍ଗନବାଡି କର୍ମୀଙ୍କ ସ୍ବଭାବରୁ ଅଟକିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ । ଅଧିକ ପଢନ୍ତୁ....

food distribution process has stalled for controversial Anganwadi workers
ବିବାଦୀୟ ଅଙ୍ଗନବାଡି କର୍ମୀଙ୍କ ପାଇଁ ଅଟକିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା
author img

By

Published : Jun 1, 2020, 8:59 PM IST

ରାଇରଙ୍ଗପୁର: ପୁଣି ଥରେ ବିବାଦୀୟ ଅଙ୍ଗନବାଡି କର୍ମୀଙ୍କ ସ୍ବଭାବରୁ ଅଟକିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ 2 ମାସ ଧରି ବନ୍ଦ ରହିଥିଲା । ଅଙ୍ଗନବାଡି କେନ୍ଦ୍ର ଅନିୟମିତତା ଅଭିଯୋଗ କରି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ନିଲମ୍ବନ ଦାବିରେ ଗ୍ରାମବାସୀ ଏହି ତାଲା ପକାଇଥିଲେ । ଫଳରେ ଦୀର୍ଘ ଦିନ ଧରି ଏହି କେନ୍ଦ୍ର ଅଚଳାବସ୍ଥାରେ ପଡି ରହିଥିଲା ।

ବିବାଦୀୟ ଅଙ୍ଗନବାଡି କର୍ମୀଙ୍କ ପାଇଁ ଅଟକିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ତେବେ ଅଙ୍ଗନବାଡ଼ି କେନ୍ଦ୍ରର ଏହି ସମସ୍ୟାକୁ ନେଇ ଅନୁଷ୍ଠିତ ହୋଇଥିବା ପୂର୍ବ ବୈଠକରେ ଖାଦ୍ୟ ବଣ୍ଟନ ପ୍ରକ୍ରିୟାକୁ ସ୍ବାଭାବିକ କରାଯିବାକୁ ପ୍ରଥମେ ଗୁରୁତ୍ବ ଦିଆଯାଇଥିଲା । ହେଲେ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ନିକଟସ୍ଥ ଗ୍ରାମର ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଖାଦ୍ୟ ବଣ୍ଟନ କରାଯିବାର ଲକ୍ଷ୍ୟ ନେଇ ତାଙ୍କୁ ଖାଦ୍ୟ ବଣ୍ଟନର କାର୍ଯ୍ୟଭାର ଦେବାକୁ ସିଡିପିଓ ସାକ୍ରମଣୀ ଟୁଡୁ ଓ ସୁପରଭାଇଜର ଛିତାମଣୀ ମୁର୍ମୁ ପହଞ୍ଚିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରର ତାଲା ଖୋଲାଯାଇ ଜିନିଷପତ୍ର ଓ କାଗଜପତ୍ର ଯାଞ୍ଚ କରାଯିବା ସମୟରେ ବିବାଦୀୟ ଅଙ୍ଗନବାଡ଼ି କର୍ମୀ ଜଣକ ଅଧିକାରୀ ଓ ଉପସ୍ଥିତ ଲୋକଙ୍କୁ ଧକ୍କାମାରି ଖାତା ନେଇ ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଉପସ୍ଥିତ ମହିଳା ହିତାଧିକାରୀମାନେ ତାଙ୍କୁ କାବୁ କରି ଖାତାପତ୍ର ଛଡାଇ ନେଇଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ଅଙ୍ଗନବାଡ଼ି କର୍ମୀଙ୍କ ପୁଅ ମଧ୍ୟ ମାଆଙ୍କୁ ସହଯୋଗ କରିବାକୁ ଯାଇ ମହିଳାମାନଙ୍କୁ ଠେଲାପେଲା କରିଥିଲେ । ଫଳରେ କିଛି ସମୟ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ପୁଣି ଥରେ ଏଭଳି ଗଣ୍ଡଗୋଳ ପରିସ୍ଥିତି ଯୋଗୁଁ ଖାଦ୍ୟ ବଣ୍ଟନ ପାଇଁ କାର୍ଯ୍ୟଭାର ଦିଆଯାଇ ପାରିନଥିଲା । ଏବେ ପରବର୍ତ୍ତୀ ଯାଞ୍ଚ ପ୍ରକ୍ରିୟାରେ ଅଧିକାରୀ ମାନଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସହଯୋଗ କରିବାକୁ ଅନୁରୋଧ କରି ସିଡିପିଓ ଓ ସୁପରଭାଇଜର ଫେରି ଯାଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.