ETV Bharat / state

ସଂକ୍ରମଣ ରୋକିବାକୁ ରଘୁପୁର ପଞ୍ଚାୟତର 5ଟି ଗାଁ ସଟଡାଉନ - ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ

ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ରଘୁପୁର ପଞ୍ଚାୟତରେ ଦୁଇ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ରଘୁପୁର ପଞ୍ଚାୟତର ୫ ଟି ଗାଁ କୁ ସଟଡାଉନ ଘୋଷଣା କଲେ ସରପଞ୍ଚ । ଅଧିକ ପଢନ୍ତୁ...

ସଂକ୍ରମଣ ରୋକିବାକୁ ରଘୁପୁର ପଞ୍ଚାୟତର 5 ଟି ଗାଁ ସଟଡାଉନ

author img

By

Published : Aug 14, 2020, 1:19 PM IST

Updated : Aug 14, 2020, 6:05 PM IST

ମୟୂରଭଞ୍ଜ: ମହାମାରୀ କୋରୋନାର ଭୟାବହତା ଏବେ ଗ୍ରାମାଞ୍ଚଳରେ ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ରଘୁପୁର ପଞ୍ଚାୟତ ଦିଗାନଗର ଗାଁରେ ଗୁରୁବାର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।

ସଂକ୍ରମଣ ରୋକିବାକୁ ରଘୁପୁର ପଞ୍ଚାୟତର 5 ଟି ଗାଁ ସଟଡାଉନ

ବେତନଟୀ ବ୍ଲକ ରଘୁପୁର ପଞ୍ଚାୟତର ଦିଗନଗର ଗ୍ରାମର ୨ ଯୁବକଙ୍କୁ କୋରୋନା ପଜିଟିଭ ଜଣାଯିବା ଫଳରେ ସମଗ୍ର ବୈଶିଙ୍ଗା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆକ୍ରାନ୍ତ ୨ ଯୁବକ ନିକଟରେ ହାଇଦ୍ରାବାଦରୁ ଫେରିଥିବା ଜଣାପଡିଛି ।

ଗୁରୁବାର ଏହି ପଜିଟିଭ ଘଟଣା ଜଣାପଡିବା ପରେ ରଘୁପୁର ସରପଞ୍ଜ ଶତ୍ରୁଘ୍ନ ସିଂ ବିଡିଓଙ୍କ ସହ ଆଲୋଚନା କରି ରଘୁପୁର ପଞ୍ଚାୟତର ପଣସିଆ, ଖୁଣ୍ଟାପୁର , କୁଜିଗଡ଼ି, ରଘୁପୁର ଓ ଦିଗାନଗର ୫ ଟି ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଶୁକ୍ରବାର ସକାଳ ୬ ଟାରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତ୍ତର ରହିବ ବୋଲି ସରପଞ୍ଚ ଶ୍ରୀ ସିଂ ଘୋଷଣା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Aug 14, 2020, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.