ETV Bharat / state

ଗୋ-ସୁରକ୍ଷାକର୍ମୀଙ୍କୁ ଗୁଳିମାଡ:୧୧ ମାଫିଆ ଗିରଫ, ୩ ଗାଡି ସହ ମାରଣାସ୍ତ୍ର ଜବତ

author img

By

Published : May 21, 2022, 9:50 AM IST

Updated : May 21, 2022, 10:07 AM IST

ମୟୂରଭଞ୍ଜ ଜିଲ୍ଲା ଜଶିପୁରରେ ଗୋ ସୁରକ୍ଷା କର୍ମୀଙ୍କ ଉପରେ ଗୁଳି ମାଡ଼ ଘଟଣା । ଏହି ଘଟଣାରେ ପୋଲିସ ୧୧ ଜଣ ଗୋ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ଗାଡି ଓ ମାରଣାସ୍ତ୍ର ଜବତ କରିଛି । ଅଧିକ ପଢନ୍ତୁ

ଗୋ-ସୁରକ୍ଷାକର୍ମୀଙ୍କୁ ଗୁଳିମାଡ ଘଟଣା;୧୧ ଗୋ ମାଫିଆଙ୍କୁ ଗିରଫ,୩ଟି ଗାଡି ସହ ମାରଣାସ୍ତ୍ର ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ଗୋ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ମାଡ଼ ଘଟଣା । ଏହି ଘଟଣାରେ ପୋଲିସ ୧୧ ଜଣ ଗୋ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ଗାଡି ଓ ମାରଣାସ୍ତ୍ର ଜବତ କରିଛି ।

ସୂଚନା ଅନୁଯାୟୀ, ଗୋ ଚାଲାଣ ହେଉଥିବା ଖବର ପାଇ ଆଜି(ଶନିବାର) ସକାଳେ ଦେବସେନାର ଗୋ ସୁରକ୍ଷା କର୍ମୀମାନେ ଯଶିପୁର ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥରେ ଥିବା ବେଗନା ଟୋଲ ପ୍ଲାଜା ନିକଟରେ ଜଗି ରହିଥିଲେ । ତେବେ କଲିକତାକୁ ଚାଲାଣ ହେଉଥିବା ଗୋ ବୋଝେଇ କଣ୍ଟେନରକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେଠାରେ ଉଭୟ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା । ତେବେ ଗଣ୍ତଗୋଳ ଏତେ ଉଗ୍ର ହୋଇଥିଲା ଶେଷରେ ଗୋ ମାଫିଆମାନେ ଅତର୍କିତ ଭାବେ ଗୁଳି ଚଳାଇ ଥିଲେ।

ଏଥିରେ ଦୁଇ ଗୋ ସୁରକ୍ଷାକର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରୁ କିଛି ଗୋ ବୋଝେଇ କଣ୍ଟେନରକୁ ମାଫିଆମାନେ ନେଇଯାଇଥିବା ବେଳେ ଅନ୍ୟ ଗୋଟିଏ କଣ୍ଟେନର ରହି ଯାଇଥିଲା । ସେପଟେ ଅନ୍ୟ ୩ଟି ଗାଡ଼ିରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ କରି ଫେରାର ହୋଇଯାଇଥିଲେ । ଆହତ ୨ ଗୋ-ସୁରକ୍ଷା କର୍ମୀ ଦୀପକ ସାହୁ ଓ ଗୁଡୁ ବେହେରାଙ୍କୁ ଉଦ୍ଧାର କରାଯାଇ ଯଶିପୁର ମେଡିକାଲକୁ ଅଣା ଯାଇଥିଲା ।

ଜଣଙ୍କର ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ହାତରେ ଗୁଳି ବାଜିଥିବା ଜଣାଯାଇଛି । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେପଟେ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । କରଞ୍ଜିଆ SDPOଙ୍କ ତତ୍ବାଧାନରେ ଯଶିପୁର ପୋଲିସ ମାଫିଆଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚଢାଉ ସମୟରେ ୧୧ ଜଣଙ୍କୁ ଗିରଫ କରିବା ସହ ୩ଟି ଗାଡି ମଧ୍ୟ ଜବତ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : May 21, 2022, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.