ବାରିପଦା: ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ବାରିପଦା ଟାଉନ ଥାନା ଅନ୍ତର୍ଗତ ସକାଳ ପରିବା ମାର୍କେଟ ପାଖ ସୁଭଦ୍ରା ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁଭଦ୍ରା ହୋଟେଲରେ କୌଣସି କାରଣରୁ ଅଗ୍ନିକାଣ୍ଡ ହୋଇଥିଲା । ହୋଟେଲର ତଳ ମହଲାରେ ୟାମାହା ବାଇକ୍ ସୋରୁମ୍ ଥିବାବେଳେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି ଗ୍ୟାସ ଗୋଦାମ ଓ କିରୋସିନ ଡିପୋ । ତେବେ ସ୍ଥାନୀୟ ଲୋକେ ନିଆଁ ଲାଗିଥିବାର ଦେଖି ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।
ଇଟିଭି ଭାରତ, ବାରିପଦା