ETV Bharat / state

ହାତୀକୁ ନିଆଁ ହୁଳା ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ବନବିଭାଗ, ଦୁଇ ଅସ୍ଥାୟୀ ବନକର୍ମଚାରୀ ବହିଷ୍କୃତ - ଅସ୍ଥାୟୀ ବନ କର୍ମଚାରୀ କାର୍ଯ୍ୟରୁ ବହିସ୍କୃତ

ହାତୀକୁ ନିଆଁ ହୁଳା ମାଡ କରିଥିବା ଅଭିଯୋଗରେ ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ । ଭିଡିଓ ଭାଇରାଲ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲା ବନବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 30, 2023, 10:21 PM IST

ରାଇରଙ୍ଗପୁର: ହାତୀ ଉପରେ ନିଆଁମାଡ଼ କରିଥିବା ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ । ନିଆଁମାଡ଼ କରିଥିବା ଅଭିଯୋଗରେ ଦୁଇଜଣ ଅସ୍ଥାୟୀ ବନକର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଦୁଇଜଣ ଅସ୍ଥାୟୀ ବନ କର୍ମଚାରୀ ଦ୍ବୟ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜରେ କାର୍ଯ୍ୟରତ ଥିଲେ । ଏହି ଘଟଣା ପରେ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୁଇ ଅଭିଯୁକ୍ତ ଦୀପକ ହେମ୍ବ୍ରମ ଓ ବାପି ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ସୂଚନା ଦେଇଛନ୍ତି ଦୁଧିଆଣୀ ରେଞ୍ଜର ପ୍ରଦୀପ ପୃଷ୍ଟି ।

ତେବେ ହାତୀକୁ ନିଆଁ ମାଡ଼ ଘଟଣାରେ ଦୁହିଁଙ୍କୁ ଗିରଫ କରାନଯାଇ କେବଳ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ନେଇ ପରିବେଶବିତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେପଟେ ଉକ୍ତ ଅସ୍ଥାୟୀ ବନ କର୍ମଚାରୀ ଦୁହିଁଙ୍କୁ ଗିରଫ କରାଗଲେ ଅନ୍ୟ ସମସ୍ତ ଅସ୍ଥାୟୀ ବନ କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ବନବିଭାଗ ଭୟରେ କେବଳ କାର୍ଯ୍ୟରୁ ସେମାନଙ୍କୁ ବାହାର କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏହା ବି ପଢନ୍ତୁ: ଥମୁନି ହାତୀ ମଣିଷ ଲଢେଇ, ହାତୀକୁ ଘଉଡାଇବା ବେଳେ ନିଆଁ ହୁଳା ମାଡ଼

ସୂଚନାଯୋଗ୍ୟ ଅନୁଯାୟୀ, କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ହାତୀପଲକୁ ଘଉଡେଇବା ପାଇଁ ହାତୀ ପିଠିରେ ନିଆଁ ମାଡ଼ କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଦୁଇ ଜଣବ୍ୟକ୍ତି ମଶାଲ୍ ଧରି ହାତୀମାନଙ୍କୁ ନିଆଁ ମାଡ଼ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥି ସହିତ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା ।

ଶେଷରେ କରଞ୍ଜିଆ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ହାତୀ ଉପରେ ନିଆଁ ମାଡ଼ କରିଥିବା ଘଟଣାଟି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜ ଅଞ୍ଚଳରେ ଘଟିଥିବା ଜଣାପଡିଥିଲା । ଏଥି ସହିତ ଗତ ୧୫ ତାରିଖ ଦିନ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଡୁମୁରିଆ ଗାଁରେ ଏହି ଘଟଣା ଘଟିଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ତଦନ୍ତ ସମୟରେ ନିଆଁ ମାଡ଼ କରିଥିବା ଦୁଇ ଜଣ ଯୁବକଙ୍କୁ ଚିହ୍ନଟ କରା ଯାଇଥିଲା । ଯୁବକଦ୍ବୟ ଦୁଧିଆଣୀ ରେଞ୍ଜର ଅସ୍ଥାୟୀ ବନ କର୍ମଚାରୀ ବାପି ମାଝୀ ଓ ଦୀପକ ହେମ୍ବ୍ରମ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଥିଲେ । ଆଜି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.