ETV Bharat / state

ବୋଝ ଉପରେ ନଳିତା ବିଡା: ବର୍ଷା ନାହିଁ, ରିହାତି ଦରରେ ମିଳୁନି ସାର - ମୟୁରଭଞ୍ଜ ଖବର

ଚାଷ ଋତୁ ଆସିଲେ ସତେ ଯେମିତି ତା ଆଖିରୁ ନିଦ ହଜିଯାଏ। ଦିନସାରା ଖରା ବର୍ଷା ଖାଇ ବିଲରେ କାଦୁଅ ସର ସର ହୋଇ ନିଜ କାମରେ ଲୋଟି ପଡିଥାଏ। ଏତେ ସବୁ କଷ୍ଟକୁ ସତରେ ତାର ଭ୍ରୁକ୍ଷେପ ନଥାଏ। ହେଲେ ବଦଳିଯାଇଛି ଏବେ ଚିତ୍ର। ଆଉ ଚଷା ପୁଅ ମନରେ ସରାଗ ନାହିଁ। ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ପାଇଁ ଯୋଜନାରେ ବିହନ, ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ହେଲେ ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ଚଳିତ ବର୍ଷ ରିହାତି ଦରରେ ସାର ମିଳୁନାହିଁ।

ବୋଝ ଉପରେ ଲଳିତା ବିଡା; ବର୍ଷା ନାହିଁ, ରିହାତି ଦରରେ ମିଳୁନି ସାର

author img

By

Published : Aug 23, 2020, 7:38 PM IST

ବାରିପଦା: ଚାଷ କାମ ଯାହାର କେଡେ ସୁଖ ତାହାର। ଦେଖନ୍ତୁ ତ, ଚଷା ପୁଅ କେଡେ ଖୁସିରେ ହଳ ଲଙ୍ଗଳ ଏବଂ ବଳଦକୁ ନେଇ ବିଲରେ ବେଉଷଣ କରୁଛି। ଚାଷ ରତୁ ଆସିଲେ ସତେ ଯେମିତି ତା ଆଖିରୁ ନିଦ ହଜିଯାଏ। ଦିନସାରା ଖରା ବର୍ଷା ଖାଇ ବିଲରେ କାଦୁଅ ସର ସର ହୋଇ ନିଜ କାମରେ ଲୋଟି ପଡିଥାଏ। ଏତେ ସବୁ କଷ୍ଟକୁ ସତରେ ତାର ଭ୍ରୁକ୍ଷେପ ନଥାଏ। ହେଲେ ବଦଳିଯାଇଛି ଏବେ ଚିତ୍ର। ଆଉ ଚଷା ପୁଅ ମନରେ ସରାଗ ନାହିଁ। ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ପାଇଁ ଯୋଜନାରେ ବିହନ, ସାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ହେଲେ ମୟୂରଭଞ୍ଜ ଜିଲ୍ଲାର ଚାଷୀଙ୍କୁ ଚଳିତ ବର୍ଷ ରିହାତି ଦରରେ ସାର ମିଳୁନାହିଁ। ଜିଲ୍ଲାରେ ବିଶେଷ କରି ଧାନ ଚାଷ ଉପରେ ସର୍ବାଧିକ ଚାଷୀ ନିର୍ଭର କରୁଥିବାବେଳେ ବର୍ଷା ଅଭାବରୁ ଏଥର ଡେରିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଧାନ ଚାଷ ପାଇଁ ଏବେ କିନ୍ତୁ ଦେଖାଦେଇଛି ସାରର ଅଭାଵ। ଖୋଲା ବଜାରରୁ ଚଢା ଦରରେ ସାର କିଣି ଧାନ ବିଲରେ ଦେଉଥିବା ଚାଷୀ ଏବେ ଚିନ୍ତାରେ।

ବୋଝ ଉପରେ ଲଳିତା ବିଡା; ବର୍ଷା ନାହିଁ, ରିହାତି ଦରରେ ମିଳୁନି ସାର

ସାରର କଳାବଜାରୀ ବନ୍ଦ କରି ସରକାରୀ ଦରରେ ଲ୍ୟାମ୍ପସ ଜରିଆରେ ଚାଷୀଙ୍କୁ ସାର ଯୋଗାଇ ଦେବା ଦାବିରେ ଯଶୀପୁର ଅଞ୍ଚଳର ଚାଷୀଙ୍କୁ ନେଇ ଏସ ୟୁ ସି ଆଇ ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଳାରେ ୨୬ ଟି ବ୍ଲକରେ ସମବାୟ ସମିତି ଅଧୀନରେ ୫୨ ଟି ସମବାୟ ସମିତି(ଲ୍ୟାମ୍ପସ) ରହିଛି। ଜିଲ୍ଳାରେ ମୋଟ ୩ ଲକ୍ଷ ୨୬ ହଜାର ୬୧୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ୭୧ ହଜାର ୭୪୭ ଜଣ ଚାଷୀ ଚଳିତ ବର୍ଷ ଲ୍ୟାମ୍ପସ ମାଧ୍ୟମରେ ଋଣ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚାଷୀମାନେ ଲ୍ୟାମ୍ପସ ଜରିଆରେ ରିହାତି ମୂଲ୍ୟରେ ସାର ପାଇବାକୁ ଥିବା ବେଳେ ୟୁରିଆ ସାରର ଘୋର ଅଭାବ ପରିଲକ୍ଷିତ ହୋଇଛି। ତେବେ ମୟୂରଭଞ୍ଜ ଜିଲ୍ଳାରେ ଖରିଫ ଚାଷ ପାଇଁ ବର୍ଷକୁ ୯୫ ହଜାର ୮୭୫ କ୍ୟୁଣ୍ଟାଲ ସବୁ ପ୍ରକାର ସାର ଦରକାର ପଡୁଥିବା ବେଳେ ଚଳିତ ବର୍ଷ ୩୯ ହଜାର ୩୭୧ ସାର ମିଳିଥିବା କହିଛନ୍ତି ସମବାୟ ସମିତି ସମୂହ ର ନିବନ୍ଧ ଦମୟନ୍ତି ସିଂ। ଅନ୍ୟପକ୍ଷରେ ସାର ଅଭାବ ସମସ୍ୟା ପାଇଁ କୃଷି ବିଭାଗ ସହ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି । ଖୁବ ଶୀଘ୍ର ସାର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସମବାୟ ସମିତି ସମୂହ ଏ ନିବନ୍ଧ।

କୋରୋନା ସହ ବିଳମ୍ବିତ ବର୍ଷା ପାଇଁ ଚଳିତ ବର୍ଷ ଚାଷୀ ଅନେକ ଘାତ ପ୍ରତିଘାତ ଦେଇ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ପଡିଛି। ଠିକ୍ ଏହି ସମୟରେ ଚାଷୀଙ୍କୁ ରିହାତି ଦରରେ ସାର ନମିଳିଲେ ଚାଷୀ ହତାଶ ହୋଇପଡିବ। ଅନ୍ୟପକ୍ଷରେ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇ ଦେବାକୁ ରାଜ୍ୟ ସରକାର ଚିନ୍ତା କରିବା ଆବଶ୍ୟକତା ରହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.