ETV Bharat / state

ପାକିସ୍ତାନରେ କାଳିଆର ରଥଯାତ୍ରା ! ସୋସିଆଲ ମିଡିଆରେ ଘୂରି ବୁଲୁଛି ଭିଡିଓ

ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ ବାସ୍ତବରେ ଏହି ଭିଡିଓଟି କେଉଁଠିକାର ତାହା ସ୍ପଷ୍ଟ ହୋଇପାରିନି ।

pakistan rath yatra video goes viral
ପାକିସ୍ତାନରେ ରଥଯାତ୍ରା
author img

By

Published : Jun 26, 2023, 11:18 AM IST

ପାକିସ୍ତାନରେ ରଥଯାତ୍ରା

ରାଇରଙ୍ଗପୁର: ପାକିସ୍ତାନରେ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ହରିବୋଲରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପାକିସ୍ତାନରେ ରଥଯାତ୍ରା ହେଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଗୋଟିଏ ମୋବାଇଲରୁ ଅନ୍ୟ ଗୋଟିଏ ମୋବାଇଲକୁ ଘୁରି ବୁଲୁଛି । ଭିଡ଼ିଓ ଦେଖି ଲାଗୁଛି କି ତାହା ପାକିସ୍ତାନରେ ରଥଯାତ୍ରା ହେଉଥିବା ସମୟର ମାତ୍ର ତାହା ବାସ୍ତବରେ ପାକିସ୍ତାନ ନା ଆଉ କେଉଁଠାକାର ତାହା ସ୍ପଷ୍ଟ ହୋଇନାହିଁ ।

ଭିଡିଓରେ ଦେଖା ଯାଉଥିବା ସ୍ଥାନରେ ସଶସ୍ତ୍ର ପାକିସ୍ତାନ ଆର୍ମି କିମ୍ବା ପାକିସ୍ତାନ ପୋଲିସର ଉପସ୍ଥିତିରେ ସେହି ରାସ୍ତାରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣୁଛନ୍ତି ଜଗନ୍ନାଥ ଭକ୍ତ । ତେବେ ଭାଇରାଲ ହେଉଥିବା ଭିଡିଓରେ ଭିଡ଼ ମଧ୍ୟରେ ପାକିସ୍ତାନର ଜାତୀୟ ପତାକା ମଧ୍ୟ ଦେଖିବାକୁ ମିଳିବା ସହ କିଛି ଲୋକ ପାକିସ୍ତାନ ଜିନ୍ଦାବାଦର ନାରା ଦେଉଥିବା ଦେଖିବାକୁ ମିଳିଛି । ପାକିସ୍ତାନ ଜିନ୍ଦାବାଦର ନାରା ଦେବା ସହ କିଛି ଭକ୍ତ ହରିବୋଲର ନାରା ମଧ୍ୟ ଦେଉଛନ୍ତି । ଜଗନ୍ନାଥ ଭକ୍ତମାନେ ହରିବୋଲ ନାରା ଦେବା ସହିତ ଭଜନ କୀର୍ତ୍ତନ କରି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି । ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥରେ ଥିବାବେଳେ ସେହି ରଥ ଦୁଇପାର୍ଶ୍ବରେ ପାକିସ୍ତାନର ଜାତୀୟ ପତାକା ମଧ୍ୟ ଲାଗିଥିବା ଭିଡିଓରେ ଦେଖିବାକୁ ମିଳିଛି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନ କିମ୍ବା ଅନ୍ୟ କୌଣସି ମୁସଲିମ ଦେଶର ତାହା ଅସ୍ପଷ୍ଟ ରହିଛି ।

ଭାରତବର୍ଷର ଚାରି ଗୋଟି ମୁଖ୍ୟ ଧାମ ମଧ୍ୟରୁ ଓଡିଶାର ପୁରୀ ସ୍ଥିତ ଜଗନ୍ନାଥ ଧାମ ହେଉଛି ଗୋଟିଏ ମୁଖ୍ୟ ଧାମ । ପୁରୀରେ ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଜଗତର ନାଥ ଶ୍ରୀଜଗନ୍ନାଥ ରତ୍ନସିଂହାସନ ଛାଡ଼ି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି । ଭକ୍ତମାନେ ମଧ୍ୟ ତାଙ୍କ ଭଗବାନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଗୋଟିଏ ବର୍ଷ ଧରି ଉକ୍ତ ଦିନଟିକୁ ଅପେକ୍ଷା କରି ରହିଥାନ୍ତି । ଏହି ରଥଯାତ୍ରା ଅବସରରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଥାଏ । ଭାବର ଠାକୁର ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଥାଏ ଭକ୍ତ ।

ବିଦ୍ର: ସୋସିଆଲ ମିଡିଆରେ ଘୂରି ବୁଲୁଛି ରଥଯାତ୍ରାର ଏହି ଭିଡିଓ । ଏହା ପାକିସ୍ତାନର ବୋଲି ‘ଇଟିଭି ଭାରତ’ ସ୍ପଷ୍ଟ କରେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.