ETV Bharat / state

ନୀରବି ଗଲେ ନିମାଁଇ, ଓଡ଼ିଆ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି - ଆଉ ନାହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ

ଆଉ ନାହାନ୍ତି ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା । ଓଡ଼ିଆ ସିନେମାର ପ୍ରସିଦ୍ଧ ଗୀତିକାର ନିମାଇଁ ମହାନ୍ତିଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଛି । ଅଧିକ ପଢ଼ନ୍ତୁ । ଅଧିକ ପଢନ୍ତୁ

famous odia singer nimain mohanty passes away
ନୀରବି ଗଲେ ନିମାଁଇ, ଓଡ଼ିଆ ସଙ୍ଗୀତ ଜଗତର ଅପୂରଣୀୟ କ୍ଷତି
author img

By

Published : Nov 5, 2022, 8:58 AM IST

ବାରିପଦା: ଓଡ଼ିଆ ସିନେମା ତଥା ସଙ୍ଗୀତ ଜଗତର ବେତାଜ ବାଦଶାହ ଗୀତିକାର ନିମାଇଁ ମହାନ୍ତିଙ୍କ ପରଲୋକ ଘଟିଛି । ବାରିପଦାର ପୁରୁଣା ହାଟସାହି ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ହେବ ରୋଗ ଶଯ୍ୟାରେ ଥିବା ବେଳେ ଶୁକ୍ରବାର ଅପରାହ୍ନରେ ୭୦ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ନିମାଇଁ ମହାନ୍ତିଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ସୁନାମଧନ୍ୟ ଗୀତିକାରଙ୍କ ନିଧନ ଖବର ପ୍ରଚାର ମାତ୍ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି ।

ନୀରବି ଗଲେ ନିମାଁଇ

ଦିନେ ନିମାଇଁଙ୍କ ଗୁଣୁଗୁଣୁ ଗୀତରେ ସାରା ଓଡ଼ିଶା ଝୁମି ଉଠୁଥିଲା । ମୟୂରଭଞ୍ଜର ସେହି ଯଶସ୍ବୀ ପୁତ୍ର ଏବେ ଆଉ ନାହାନ୍ତି। ସଙ୍ଗୀତ ଜଗତର ଯେଉଁ ନିଖୁଣ କାରିଗର ତାଙ୍କ ହାତରେ ଆଉ ସେହିଭଳି ସଙ୍ଗୀତର ସ୍ୱର ମଧ୍ୟ ତିଆରି ହୋଇ ପାରିବନି । ନିମାଇଁ ଅଶି ଓ ନବେ ଦଶକର ଜଣେ ଓଡ଼ିଶା ସଙ୍ଗୀତ ଜଗତର ସୃଜନ ଶିଳ୍ପ ସ୍ରଷ୍ଟା ଓ ସୁନାମଧନ୍ୟ ଗୀତିକାର ଥିଲେ । ୧୯୫୩ ମସିହାରେ ବାରିପଦାରେ ତାଙ୍କର ଜନ୍ମ ହୋଇଥିବାରୁ ସେ ପିଲାଟି ବେଳୁ କଳା କ୍ଷେତ୍ର ସହ ଜଡିତ ଥିଲେ । ସେ ଅନେକ ଗୀତର ହୋଇଛନ୍ତି ପ୍ରେରଣାର ଉତ୍ସ । ଦର୍ଶକଙ୍କ ହୃଦୟରେ ସେ କାଜଲ୍ୟମାନ । ସେ ଏକ ଧାରାରେ ଜଣେ ଦକ୍ଷ ସଫଳ ଗୀତିକାର, ଲେଖକ ଓ ସଂସ୍କୃତିକୁ ଭଲ ପାଉଥିବା ମଣିଷଟିଏ । ମନ ଛୁଆଁ ଗୀତ ରଚନା ସୃଷ୍ଟି କରିବାରେ ସେ ଜଣେ ଅନନ୍ୟ ଯାଦୁକର ।

ଓଡ଼ିଆ ସଙ୍ଗୀତ ଜଗତରେ ସେ ଜଣେ ଅମୂଲ୍ୟ ସ୍ୱନ୍ଧିକ । ବେତାର ସଙ୍ଗୀତ, ଦୂରଦର୍ଶନ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର ସଙ୍ଗୀତର ଗୀତିକାର ଭାବରେ ସେ ରାଜ୍ୟସ୍ତରରେ ପରିଚିତ । ଜୀବନ ବ୍ୟାପି ସଙ୍ଗୀତ ସାଧନାରେ ଆତ୍ମ ମଗ୍ନ ହୋଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୦ ମସିହାରେ ପୁରସ୍କୃତ ହୋଇଥିଲେ। ଏଥି ସହିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀରୁ ପୁରସ୍କୃତ ହେବା ସହ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ମଧ୍ୟ ରହିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ପରଲୋକରେ ପ୍ରସିଦ୍ଧ ବଙ୍ଗଳା ଗାୟିକା ନିର୍ମଳା ମିଶ୍ର

ବାରିପଦାରେ ଶିକ୍ଷା ଗ୍ରହଣ କରିଥିବା ଜିଲ୍ଲା କୋର୍ଟରେ ସରକାରୀ ରିଡ଼ର ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସମେତ ତତ୍କାଳୀନ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସେ ଥିଲେ ଆଇନ ପରାମର୍ଶଦାତା । ତେବେ ୧୯୮୨ମସିହାରେ କଟକ ସ୍ଥିତ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓରୁ ତାଙ୍କର ସଙ୍ଗୀତ କ୍ଷେତ୍ରରେ ଗୀତିକାର ଆରମ୍ଭ ହୋଇଥିଲା । ଏହାପରେ ସେ ପଛକୁ ଚାହିଁ ଦେଖି ନଥିଲେ। ସଙ୍ଗୀତ ପ୍ରେମୀଙ୍କୁ ଅଦ୍ଭୁତ ଗୀତିକାରରେ ଦେଇ ଚାଲିଥିଲେ ଗୋଟେ ପରେ ଗୋଟେ ମନଛୁଆଁ ଗୀତ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ ସଙ୍ଗୀତଜ୍ଞ ରାଧାକୃଷ୍ଣ ଭଞ୍ଜ, ଅକ୍ଷୟ ମହାନ୍ତି, ଶାନ୍ତନୁ ମହାପାତ୍ର, ରଘୁନାଥ ପାଣିଗ୍ରାହୀ ସମେତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବପ୍ପୀ ଲେହେରି ସହିତ ସେ କାର୍ଯ୍ୟ କରିଥିଲେ । ଏଥିସହିତ ବେଙ୍ଗୋଲି, ଆସାମୀ ଓ ନୂଆଦିଲ୍ଲୀ ସ୍ଥିତ ଦୂରଦର୍ଶନରେ ଗୀତିକାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିଲେ । ପ୍ରାୟ ୩୦ଟି ଓଡ଼ିଆ ଚଳଚ୍ଚିତ୍ର ଓ ଅନେକ ଧାରାବାହିକ ସମେତ ବହୁ ଲୋକପ୍ରିୟ ସଙ୍ଗୀତରେ ଗୀତିକାର ଭାବେ ଅଜସ୍ର ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ସ୍ଥାନ ଅଧିକାର କରିଛନ୍ତି ।

ଓଡ଼ିଆ ସିନେମା ଜଗତକୁ ନିମାଇଁଙ୍କ ଅବଦାନ

ମାନିନୀ ଚଳଚ୍ଚିତ୍ରର 'ଜହ୍ନ ଆମକୁ ଲୁଚି ଦେଖୁଛି', 'ସହରର ବତୀ ସବୁ ଲିଭି ଗଲା ପରେ', 'ଚିଠି ଲେଖୁଛି ଜହ୍ନ ଆଲୁଅରେ', 'ଚନ୍ଦ୍ରମା ଆଗୋ ଚନ୍ଦ୍ରମା ତୁମେ ମେଘ ତଳେ ଲୁଚି ଯାଅନା', 'ପରଦେଶୀ ଚଢ଼େଇ', 'ଗୋପରେ ବଢୁଛି କଳା କହ୍ନେଇ', 'କଥା ରହିବ କାଳ କାଳକୁ', 'ରୁପା ଗାଁର ସୁନା କନିଆଁ' ଆଦି ଚଳଚ୍ଚିତ୍ରରେ ତାଙ୍କର ଶବ୍ଦର ଯାଦୁଗରୀ ସ୍ପର୍ଶ ଛାଡ଼ି ଯାଇଛନ୍ତି । ଓଡ଼ିଆ ଗୀତ କବିତାକୁ ସେ ଏକ ଅନନ୍ୟ ସ୍ୱରୂପ ପ୍ରଦାନ କରିଥିଲେ । ହାରମାନିୟମ୍ ଧରିଲେ ଆପେ ଆପେ ବାହାରି ପଡେ ହୃଦୟ ସ୍ପର୍ଶୀ ଗୀତର ମୂର୍ଚ୍ଛାନା। ଯାହାକି ଆଜି ବି ଲକ୍ଷ ଲକ୍ଷ ଓଡ଼ିଆ ଶ୍ରୋତାଙ୍କ ମନକୁ ଝୁମି ପାରିଥିବା ବେଳେ ସେ ହୋଇଥିଲେ ବେତାଜ ବାଦଶାହ ।

ଏଥିସହିତ ସେ ବିଭିନ୍ନ ପୁସ୍ତକ ଲେଖିବା ଓ ଅନୁବାଦ ମଧ୍ୟ କରିଥିଲେ । ନିମାଇଁ ମହାନ୍ତି ଅବିବାହିତ ଥିବାବେଳେ ଗତ ଦୁଇ ବର୍ଷ ହେବ ବ୍ରେନ ଷ୍ଟ୍ରୋକ ଯୋଗୁଁ ଶଯ୍ୟାଶାୟୀ ହୋଇ ରହିଥିଲେ । ବର୍ଷୀୟାନ ଗୀତିକାର ନିମାଇଁ ମହାନ୍ତିଙ୍କ କାନ୍ଥକୁ ଚାହିଁଲେ ସମ୍ବର୍ଦ୍ଧନା ଓ ପୁରସ୍କାରର ଲମ୍ବା ତାଲିକା ପ୍ରମାଣ କରୁଛି ତାଙ୍କୁ ଶ୍ରୋତା କେତେ ଭଲ ପାଆନ୍ତି । ତାଙ୍କ ଦେହାନ୍ତ ପରେ ଅନେକ ବନ୍ଧୁ ବାନ୍ଧବ, ବହୁ ମାନ୍ୟଗଣ୍ୟ ଲୋକେ ବାରିପଦା ଠାରେ ତାଙ୍କୁ ଶେଷ ଦର୍ଶନ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.