ETV Bharat / state

ପୋଲିସ ଜାଲରେ ନକଲି ମାନଧିକାର କମିଶନର

author img

By

Published : Feb 13, 2021, 8:08 AM IST

ବାଲି ଖାଦାନ ଉପରେ ଚଢାଉ ବେଳେ ଗିରଫ ହେଲେ ନକଲି ମାନବାଧିକାର କମିଶନର। ନକଲି ପରିଚୟ ଦେଖାଇ ଲୋକଙ୍କୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।ଅଧିକ ପଢନ୍ତୁ...

ପୋଲିସ ଜାଲରେ ନକଲି ମାନଧିକାର କମିଶନର
ପୋଲିସ ଜାଲରେ ନକଲି ମାନଧିକାର କମିଶନର

ବାରିପଦା: ମହଙ୍ଗା ପଡିଲା ମିଥ୍ୟା ପରିଚୟ । ବାଲି ଖାଦାନ ଉପରେ ଚଢାଉ ବେଳେ ଗିରଫ ହେଲେ ନକଲି ମାନବାଧିକାର କମିଶନର। ନକଲି ପରିଚୟ ଦେଖାଇ ଲୋକଙ୍କୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ବାରିପଦା ଥାନା ଦେଉଳସାହିର ମାନଗୋବିନ୍ଦ ପାଣିଗ୍ରାହୀ । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି ।

ବାଲି ଖାଦାନରେ ଚଢାଉ କରି ଗିରଫ ହେଲା ନକଲି ମାନବାଧିକାର କମିଶନର

ମୟୂରଭଞ୍ଜ ଜିଲ୍ଲା ବଡସାହି ମହୁପୁରା ଘାଟର ବାଲି ଖାଦାନ ଲିଜଧାରୀଙ୍କ ଅଭିଯୋଗ କ୍ରମେ, 40/21 ରେ ବଡସାହି ପୋଲିସ ମାମଲା ରୁଜୁ କରି ଜଣକୁ ଗିରଫ କରିଛି । ଉକ୍ତ ବ୍ୟକ୍ତି ଜଣକ ବାରିପଦାର ଏକ ୱେବ ମିଡିଆରେ ସାମ୍ବାଦିକତା କରୁଥିଲେ। ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଲିଙ୍ଗରାଜ ପଣ୍ଡା ଫେରାର ରହିଛି । ସେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଉଳପାଳ ଗାଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଲିଙ୍ଗରାଜ ପଣ୍ଡା ପୂର୍ବରୁ ନକଲି IAS ଦର୍ଶାଇ ସରକାରୀ ଅଧିକାରୀଙ୍କୁ ହଇରାଣ କରୁ ଲୁଟ କରୁଥିଲେ । ଏହି ସମୟରେ ଝାରପୋଖରିଆ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପଟେ ବାରିପଦା ଅଞ୍ଚଳରେ IRS ଅଧିକାରୀ କରି ଏନଜିଓରେ ଚାକିରି କରାଇଦେବା ଅଭିଯୋଗରେ ବାରିପଦା ଟାଉନ ଥାନାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଲିଙ୍ଗରାଜ ପଣ୍ଡା ବିଭିନ୍ନ ସମୟରେ ଅନେକ ନାମର ପରିଚୟ ନକଲି ଅଧିକାରୀ କହି ଲୋକଙ୍କୁ ଠକିବାରେ ଲାଗିଛି । ଲିଙ୍ଗରାଜ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.