ETV Bharat / state

ଲେଉଟିଲେ ୨୬ ଟିକିଆ ହାତୀପଲ, କରଞ୍ଜିଆର ୧୦ ରୁ ଅଧିକ ଗ୍ରାମବାସୀ ଆତଙ୍କିତ

author img

By

Published : Nov 18, 2022, 4:34 PM IST

ଲେଉଟିଲେ ୨୬ ଟିକିଆ ହାତୀପଲ । ପୁଣି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳକୁ ଲେଉଟିଛନ୍ତି ୨୬ ଟିକିଆ ହାତୀପଲ । ଏଥିଯୋଗୁଁ ୧୦ ରୁ ଅଧିକ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଧିକ ପଢନ୍ତୁ

ଲେଉଟିଲେ ୨୬ ଟିକିଆ ହାତୀପଲ, କରଞ୍ଜିଆରେ ୧୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆତଙ୍କିତ

ରାଇରଙ୍ଗପୁର : ଲେଉଟିଲେ ୨୬ ଟିକିଆ ହାତୀପଲ । ମୟୂରଭଞ୍ଜ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନି । କରଞ୍ଜିଆରେ ଦେଖାଦେଇଛି ହାତୀଙ୍କ ଉପଦ୍ରବ । ହାତୀଙ୍କ ଦୈରାତ୍ମ୍ୟ ବଢୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି କରଞ୍ଜିଆ ଅଞ୍ଚଳର ବାସିନ୍ଦା । ପୁଣି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳକୁ ଲେଉଟିଛନ୍ତି ୨୬ ଟିକିଆ ହାତୀପଲ । ତେବେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପ୍ରୟାସ ଜାରି ରଖିଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବୋରିଂ ଜଙ୍ଗଲକୁ ବିଳମ୍ବିତ ରାତିରେ ଧସେଇ ପଶିଛନ୍ତି ୨୬ ଟିକିଆ ହାତୀପଲ । କିଛି ଦିନ ଧରି ହାତୀ ପଲ କେନ୍ଦୁଝର ଜିଲ୍ଲାରେ ଚଳପ୍ରଚଳ କରୁଥିଲେ । ତେବେ କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜ ଅଞ୍ଚଳରୁ ବୈତରଣୀ ନଦୀ ପାର ହୋଇ ଏବେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବନାଞ୍ଚଳ ବୋରିଂ ଗ୍ରାମ୍ୟ ଜଙ୍ଗଲରେ ଡେରା ପକାଇ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀପଲ ଆସିବା ବେଳେ ବ୍ୟାପକ ଧାନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି । ବୋରିଂ ଗାଁର ରବି ନାଏକ ଓ ରାଘବ ନାଏକଙ୍କ ଧାନ ବିଲରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ଖାଇ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ହାତୀପଲ ବୋରିଂ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅଛନ୍ତି । ତେବେ ଏହି ହାତୀ ପଲ ଯୋଗୁଁ ଆଖପାଖ ୧୦ରୁ ଅଧିକ ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.