ETV Bharat / state

କରଞ୍ଜିଆକୁ ଲେଉଟିଲେ ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ

author img

By

Published : Jun 20, 2022, 7:24 PM IST

ଲେଉଟିଲେ ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଗାଁ ଭିତରେ ହାତୀପଲଙ୍କ ଆତଙ୍କ । ଅଧିକ ପଢ଼ନ୍ତୁ

କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ, ଆତଙ୍କିତ ଅଞ୍ଚଳବାସୀ

ରାଇରଙ୍ଗପୁର: ପୁଣି କରଞ୍ଜିଆ ବନଖଣ୍ଡକୁ ଲେଉଟିଲେ ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଫେରିଛନ୍ତି ୨୩ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଏହାକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ହାତୀପଲ କେତେବେଳେ ସଡ଼କ ପଥକୁ ଆସି ଯାଉଛନ୍ତି ତ କେତେବେଳେ ଘରଦ୍ୱାର ଭାଙ୍ଗୁଛନ୍ତି । ଗାଁ ଗଣ୍ଡାରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛନ୍ତି ଏହି ହାତୀପଲ ।

ତେବେ କରଞ୍ଜିଆ, ଶୁକୃଳି, ରରୁଆଁ ବ୍ଲକର ବାସିନ୍ଦାମାନେ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଆତଙ୍କ ସୃଷ୍ଟି କରୁଥିବା ସୂଚନା ରହିଛି । ତେବେ ଗତକାଲି ରାତିରେ ୪୯ନଂ ଜାତୀୟ ରାଜପଥ ନିକଟସ୍ଥ ସିଙ୍ଗିଡା ବିଦ୍ୟାଳୟର ପାଚେରୀ ଏବଂ ଗେଟ୍ ଭାଙ୍ଗି ଦେଇଛନ୍ତି ହାତୀପଲ ।

ଏବେ ହାତୀପଲ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବଡ଼ଦେଉଳି ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଯେପରି କୌଣସି ଅଘଟଣ ନଘଟୁ ସେ ନେଇ ବନବିଭାଗ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.