ETV Bharat / state

ଜୀବନକୁ ବାଜି ଲଗାଇ ବଣୁଆ ହାତୀ ସହ ସେଲ୍ଫି !

author img

By

Published : Dec 4, 2020, 8:10 PM IST

ମୟୂରଭଞ୍ଜରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଲୋକମାନେ ରାସ୍ତା ଉପରେ ନିଜ ଜୀବନକୁ ବାଜି ଲଗାଇ ହାତୀ ସହ ସେଲ୍ପି ନେଉଛନ୍ତି । ଅଧିକ ପଢନ୍ତୁ...

ବଣୁଆ ହାତୀ ସହ ଲୋକଙ୍କ ସେଲ୍ଫି
ବଣୁଆ ହାତୀ ସହ ଲୋକଙ୍କ ସେଲ୍ଫି

ବାରିପଦା: ଜିଲ୍ଲାରେ ଜାରି ରହିଛି ହାତୀ ଉପଦ୍ରବ । ହେଲେ ଏଭଳି ସ୍ଥିତରେ ରାଜ ରାସ୍ତାରେ ହାତୀ ସହ ସେଲ୍ଫି ନେବାକୁ ଉଦ୍ୟମ କରୁଛନ୍ତି ଯୁବକ । ଏଭଳି ଘଟଣା ମୟୂରଭଞ୍ଜ ବେତନଟୀ ରେଞ୍ଜ ନୋଡପୁର ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଛି ।

ବଣୁଆ ହାତୀ ସହ ଲୋକଙ୍କ ସେଲ୍ଫି

ଜିଲ୍ଲାରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ହାତୀ ଉପଦ୍ରବ ଜାରି ରହିଥବା ବେଳେ ଲୋକେ ରାସ୍ତା ମଝିରେ ବିପଦଜ୍ଜନକ ଭାବେ ହାତୀ ସହ ସେଲ୍ପି ନେଉଛନ୍ତି ଏବଂ ହଇରାଣ ହରକତ କରୁଛନ୍ତି । ଜଙ୍ଗଲୀ ରାସ୍ତାରେ ହାତୀ ତା ବାଟରେ ଯାଉଥିବା ବେଳେ ଲୋକେ ହାତୀକୁ ଚିଡାଉଥିବା ଦେଖିବାକୁ ମିଳିଛି । ଚିଡାଇବା ପରେ ହାତୀ ଆକ୍ରମଣ କରିବାକୁ ଆସିବା ସମୟରେ ଲୋକେ ଫଟୋ ଉଠାଉଛନ୍ତି ।

ଦୀର୍ଘ ଦିନ ଧିର ବେତନଟୀ ରେଞ୍ଜରେ 42 ଟିକିଆ ହାତୀପଲ ଉପଦ୍ରବ କରୁଥିବା ବେଳେ ଘର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛନ୍ତି । ଯେଉଁଥିପାଇଁ ଲୋକମାନେ ହାତୀକୁ ଚିଡାଇବାକୁ ଉଦ୍ୟମ କରିଛନ୍ତି । ସେପଟେ ଘଟଣାସ୍ଥଳରେ ବନବିଭାଗର ଅନୁପସ୍ଥିତି ଦେଖିବାକୁ ମିଳିଛି । ବାରମ୍ବାର ହାତୀମାନେ ରାସ୍ତା ଉପରକୁ ଚାଲି ଆସୁଥିବା ବେଳେ ବନବିଭାଗର ଏଥିପ୍ରତି ତିଳେମାତ୍ର ବି ଦୃଷ୍ଟି ନାହିଁ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.