ETV Bharat / state

ଥମୁନି ହାତୀ ଆତଙ୍କ

author img

By

Published : Nov 5, 2019, 8:46 PM IST

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ହେଲେ ଏହି ହାତୀଙ୍କୁ ବନ ବିଭାଗ ନୁହେଁ ସ୍ଥାନୀୟ କିଛି ଯୁବକ ଘଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକ ଓ ହାତୀଙ୍କ ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ହେଲେ ଏହି ହାତୀଙ୍କୁ ବନ ବିଭାଗ ନୁହେଁ ସ୍ଥାନୀୟ କିଛି ଯୁବକ ଘଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତାହା ପୁଣି ବିନା ଭୟରେ।

ଦିନ ଦ୍ବିପ୍ରହରେ ଏଭଳି ଅଭାବନୀୟ ଘଟଣା ଘଟୁଥିବାବେଳେ ବନ ବିଭାଗ କିମ୍ବା ଅନ୍ୟ କେହି ଏହି ଯୁବକଙ୍କୁ ବାରଣ କରିନାହାଁନ୍ତି। ହେଲେ ବନ ବିଭାଗ ଏବଂ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ହାତୀଙ୍କୁ ଏପରି ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପରିବେଶବିତ୍। ପଶୁଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଉଥିବା ଯୁବକଙ୍କୁ ଉଚିତ୍ ଦଣ୍ଡ ଦେବା ସହ କାର୍ଯ୍ୟରେ ଅବହେଳା କରୁଥିବା ବନ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅପରପକ୍ଷେ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶି ଟିକିଆ ହାତୀପଲ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ଫସଲ ଖାଇ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମିବାର ନା ଧରୁନି ହାତୀ ଆତଙ୍କ । ତେବେ ଏହାକୁ ଭ୍ରୁକ୍ଷେପ କରି କିଛି ସ୍ଥାନୀୟ ଯୁବକ କିପରି ଏକ ଅମରି ବାଡ଼ି ମାଧମରେ ହାତୀଙ୍କୁ ବଳଦ ପରି ପିଟି ପିଟି ନେଲା ଭଳିଆ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।କିପରି ହାତୀ ମାନଙ୍କୁ ଟିକିଏ ବି ଭୟ କରୁନାହାନ୍ତି ସ୍ଥାନୀୟ ଲୋକେ ତାହା ଦେଖିବାକୁ ମିଳିଛି। ଯୁବକ ମାନେ ବାରମ୍ବାର ହାତୀ କୁ ଆକ୍ରମଣ କରୁଛନ୍ତି ଓ ହାତୀ ବି ଭୟ ରେ ଚାଲି ଯାଉଛି ।ତେବେ ଏପରି ଘଟଣା ଦିନ ଦ୍ବିପହରରେ ଘଟୁଥିବା ବେଳେ ନା ଜଙ୍ଗଲ ବିଭାଗ ନା ଏମାନଙ୍କୁ ଅନ୍ୟ କେହି ବାରଣ କରୁଛି। ଟିକିଏ ଏପଟ ସେପଟ ହେଲେ ମୃତ୍ୟୁ ସୁନିଶ୍ଚିତ ତଥାପି ଏପରି କାର୍ଯ୍ୟ କରିଚାଲୁଥିଲେ ବି କାହାରି ଏମାନଙ୍କ ଉପରେ ଦୃଷ୍ଟି ନ ପଡିବା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି। ସେହିପରି ହାତୀ ଏକ ଜାତୀୟ ସମ୍ପତ୍ତି ହୋଇଥିବା ବେଳେ ଯୁବକ ମାନେ ହାତୀ ମାନଙ୍କୁ ଏପରି ଆକ୍ରମଣ କରୁଥିବା ଦେଖି ପରିବେଶ ବିତ ମାନେ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ଏପରି ହାତୀ ମାନଙ୍କୁ ମାନସିକ,ଶାରୀରିକ ନିର୍ଯ୍ୟାତନା ଦେଉଥିବା ଯୁବକ ଙ୍କୁ ଧରି ଉଚିତ ଦଣ୍ଡ ବିଧାନ କରିବା ସହିତ କାର୍ଯ୍ୟ ରେ ଅବହେଳା କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ ମଧ୍ୟ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି । କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶି ଟିକିଆ ହାତୀପଲ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ଫସଲ ଖାଇ ନଷ୍ଟ କରିବା ସହିତ ଦଳି ଚକଟି ମଧ୍ୟ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ସେପଟେ ବାଇଶି ଟିକିଆ ହାତୀପଲ ଦରି ଗ୍ରାମ ଓ ମଟା ଗ୍ରାମ ମଝାମଝି ଶାଳ ଜଙ୍ଗଲ ରେ ଥିବା ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି।
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.