ETV Bharat / state

କରଞ୍ଜିଆରେ ହାତୀ ଆତଙ୍କ, ଜଣଙ୍କୁ ଦଳିଦେଲା ଦନ୍ତା - rairangapur elephant attack news

ହାତୀ ଆକ୍ରମଣରେ ଜଣେ ମୃତ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ । ଅଧିକ ପଢନ୍ତୁ

ହାତୀ ଆତଙ୍କ, ଜଣଙ୍କୁ ଦଳିଦେଲା ଦନ୍ତା
ହାତୀ ଆତଙ୍କ, ଜଣଙ୍କୁ ଦଳିଦେଲା ଦନ୍ତା
author img

By

Published : Feb 3, 2022, 2:31 PM IST

ରାଇରଙ୍ଗପୁର: ପୁଣି କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ୬ ଦିନରେ ୨ ଥର ଆତଙ୍କ ଖେଳାଇଲେଣି ହାତୀ ପଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜର ଦରି ସେକ୍ସସନରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହାତୀ ଆତଙ୍କ, ଜଣଙ୍କୁ ଦଳିଦେଲା ଦନ୍ତା

ମୃତକ ଜଣକ ହେଲେ ଦରି ଗ୍ରାମ ନାୟକ ସାହିର ଗୌତମ ନାୟକ (55) ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ଷ ତମାମ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା କାର୍ଯ୍ୟ ଜାରି ରହିଥିଲା। ସେହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବ୍ୟକ୍ତି ଜଣକ।

ବନବିଭାଗ ପକ୍ଷରୁ ଗୌତମଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ହସ୍ପିଟାଲକୁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମୃତକଙ୍କ ପରିବାରକୁ ଯଥାଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଦୁଧିଆଣି ରେଞ୍ଜର କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.