ETV Bharat / state

କରଞ୍ଜିଆରେ ହାତୀ ଉପଦ୍ରବ, ଏକର ଏକର ଫସଲ ନଷ୍ଟ

କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଆତଙ୍କ । ଏକ ୨୨ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜ ଓ ଦୁଧିଆଣି ରେଞ୍ଜ ଅଧୀନରେ ଥିବା କଦମବେଡା,ରସମତଳା, କାଲିକାପୁର, ପକାମୁଣ୍ଡା, ଛାଞ୍ଚବଣି ପ୍ରଭୃତି ଗାଁରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 12, 2019, 11:24 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏକ ୨୨ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜ ଓ ଦୁଧିଆଣି ରେଞ୍ଜ ଅଧୀନରେ ଥିବା କଦମବେଡା,ରସମତଳା, କାଲିକାପୁର, ପକାମୁଣ୍ଡା, ଛାଞ୍ଚବଣି ପ୍ରଭୃତି ଗାଁରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହା ସତ୍ତ୍ବେ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ବ୍ୟବସ୍ଥା ନ କରିଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ହାତୀପଲ ଜଙ୍ଗଲରୁ ବାହାରି ଗାଁ ଗୁଡିକରେ ବ୍ୟାପକ ଫସଲ କ୍ଷତି କରିବା ସହ ଜଙ୍ଗଲକୁ ପଳାଇ ଯାଇଛନ୍ତି । ବନବିଭାଗ ହାତୀ ଘଉଡାଇବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସହ ଅସନ୍ତୋଷ ସୃଷ୍ଟି କରିଛି । ସେପଟେ ବିପଦ ସଙ୍କୁଳ ଅବସ୍ଥାରେ ଗାଁ ଲୋକେ ହାତୀ ଘଉଡାଇବା ଦେଖିବାକୁ ମିଳିଛି । ହାତୀ ଆକ୍ରମଣ କରିବା ଭୟରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଉଥିବା ଦେଖାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରେ ଥମିବାର ନାଁ ଧରୁନି ହାତୀ ଆତଙ୍କ। ହାତୀ ଉପଦ୍ରବ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ଖେଳିଯାଇଛି। ତେବେ ପୁଣି ଥରେ ୨୨ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜ ଓ ଦୁଧିଆଣି ରେଞ୍ଜ ଅଧୀନ ରେ ଥିବା କଦମବେଡା,ରସମତଳା, କାଲିକାପୁର , ପକାମୁଣ୍ଡା, ଛାଞ୍ଚବଣି ପ୍ରଭୁତି ଗାଁ ରେ ପଶିଆସି ଉପଦ୍ରବ ମଚେଇଛନ୍ତି। ଉକ୍ତ ଗ୍ରାମ ଗୁଡିକରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। ତେବେ ହାତୀପଲ ଜଙ୍ଗଲରୁ ବାହାରି ଏହି ସବୁ ଗାଁ ରେ ଏକର ଏକର ଜମିରେ ବ୍ୟାପକ ଫସଲ କ୍ଷୟକ୍ଷତି କରିବା ସହିତ ଜଙ୍ଗଲକୁ ପଳେଇ ଯାଇଥିଲେ। ହାତୀ ପଲରେ 22 ଟି ହାତୀ ରହିଥିବା ବେଳେ ବନବିଭାଗର ହାତୀ ଘଉଡେଇବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ସେପଟେ ବିପଦ ସଂକୁଳ ଅବସ୍ଥାରେ ଗାଁ ଲୋକେ ହାତୀ ଘଉଡାଇବା ଦେଖିବାକୁ ମିଳିଛି। ସବୁ ଘଟଣା ପରେ ମଧ୍ୟ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ପ୍ରୟାସ ନ କରିବା ଘଟଣା ଏବେ ଲୋକଙ୍କ ମନରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ହାତୀ ଆକ୍ରମଣ କରିବା ଭୟରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଉଥିବା ପରି ଅଭାବନୀୟ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିଲେ ବି ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ। ତେବେ ହାତୀ ଉପଦ୍ରବ ରୁ ଉପଖଣ୍ଡ ବାସୀଙ୍କୁ କେବେ ତ୍ରାହି ମିଳୁଛି ତାହା ଦେଖିବାକୁ ବାକି ରହିଲା।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.