ETV Bharat / state

22 ହାତୀ ଭାଙ୍ଗିଲେ 6ରୁ ଉର୍ଦ୍ଧ୍ବ ଘର, ଅତିଷ୍ଠ ଲୋକଙ୍କ ରାସ୍ତାରୋକ

author img

By

Published : Sep 4, 2019, 10:30 AM IST

କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ । ଅତିଷ୍ଠ ଲୋକେ କରଞ୍ଜିଆ-ଖିଚିଂ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତା କଡରେ ଅଟକି ରହିଛି ଶହଶହ ଯାନବାହାନ ।

ଡିଜାଇନ ଫଟୋ

ରାଇରଙ୍ଗପୁର: କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ । ଘର ଭାଙ୍ଗିଲେ ହାତୀପଲ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନ୍ଧାରଝରି ଗାଁ ଲୋକେ । ସକାଳୁ ସକାଳୁ ଶତାଧିକ ଲୋକେ କ୍ଷତିପୂରଣ ଜାବିରେ କରଞ୍ଜିଆ-ଖିଚିଂ ୫୩ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମଙ୍ଗଳବାର ରାତିରେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ 22ଟି ହାତୀପଲ ଅନ୍ଧାରିଝରି ଗାଁକୁ ପଶି ଆସିଥିଲେ । ଏହି ହାତୀପଲ 6ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଯାହାକୁ ବିରୋଧ କରି ଶତାଧିକ ଲୋକେ ରାସ୍ତା ରୋକ୍ କରିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ରହିଛି, ହାତୀ ଘଉଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଓ ବିଦ୍ୟୁତ ଯୋଗାଇ ଦେବା ।

ରାସ୍ତା ଅବରୋଧ ଯୋଗୁଁ ଉଭୟ ରାସ୍ତାର ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଖବର ଲେଖାଯିବା ସୁଦ୍ଧା ଘଟଣା ସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନଥିବା ସୂଚନା ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.