ETV Bharat / state

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଫସଲ

author img

By

Published : Dec 15, 2019, 9:01 PM IST

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ । ହାତୀପଲ ଜନବସତିକୁ ଆସି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

elephant
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

ରାଇରଙ୍ଗପୁର: ପୁଣି ମାତିଲେ ହାତି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ରବିବାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ କୁଦରବିସ୍ତା, ମଣଦା, ସାନ ପଳସା, ଦୟାପୋଷିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ତିନୋଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି।

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

22ଟି ହାତୀ ଜଙ୍ଗଲରୁ ପଳେଇ ଆସି ଚାଷ ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରିଯାଇଛନ୍ତି । ଗତ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ବନବିଭାଗ ବିଫଳ ହୋଇଛି। ଆଗାମୀ ଦିନରେ ଯଦି ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯାଏ, ତାହେଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ,ପୁଣି ଭାଙ୍ଗିଲେ ୩ ଘର, ବ୍ୟାପକ ଧାନ ଫସଲ ନଷ୍ଟ।
ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ,ସେହିପରି କିଛି ଜଙ୍ଗଲ ମାଫିଆ ଏହାର ସୁଯୋଗରେ ଚୋରା କାଠ ଚାଲାଣ ମଧ୍ୟ ବେଧଡ଼କ କରୁଥିବାର ନଜର କୁ ଆସୁଛି। ଯାହା ଏବେ ଏକ ପ୍ରକାର ସମସ୍ୟା ସୃଷ୍ଟି କରୁଛି । ଏହାର ପ୍ରଭାବ ସିଧା ପରିବେଶ ଉପରେ ପଡୁଥିବାରୁ ଅତ୍ୟଧିକ ରୁଦ୍ରତାପ ସହିତ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି ସେହିପରି ଜଙ୍ଗଲ କ୍ଷୟହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି। ହାତୀପଲ କରଞ୍ଜିଆ ବନଖଣ୍ଡ ଛାଡିବାର ନାଁ ଧରୁନି। ଗତ ୧୫ଦିନ ମଧ୍ୟରେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୋଷି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ଜଣକୁ ହାତୀ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ତେବେ କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା କୁଦରବିସ୍ତା, ମଣଦା, ସାନ ପଳସା, ଦୟାପୋଷି ରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ତିନୋଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମ ମାନଙ୍କରେ ଜଙ୍ଗଲରୁ ପଳେଇ ଆସି ୨୨ ଗୋଟି ହାତୀପଲ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ଖାଇବା ସହିତ ଘରଦ୍ୱାର ଭାଙ୍ଗିବା ପରେ ପାହାଡ଼ପୁର ସଂରକ୍ଷିତ ଜଙ୍ଗଲକୁ ପଳେଇ ଯାଇଥୁବା ଜଣାପଡ଼ିଛି। ସେହିଭଳି କିଛି ଦିନ ମଧ୍ୟରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ବନବିଭାଗ ହାତୀ ଘଉଡେଇବା ପାଇଁ ସେପରି କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନ କରିବା ବନ ବିଭାଗର ପାରିବା ପଣିଆ ପଦାରେ ପଡିଛି ତେବେ ଆଗାମୀ ଦିନରେ ଯଦି ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯାଏ ତେବେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଆଶା କରାଯାଉଛି।
ବାଇଟ _ ସରୋଜ ପଣ୍ଡା, ଦୁଧିଆଣି ରେଞ୍ଜ ଅଧିକାରୀ ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.