ETV Bharat / state

କୁକୁଡ଼ା ଲଢେ଼ଇ ଦେଖି ଫେରିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ - elephant attack 1 oldman death

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କାଳିଆନାଳ ଗ୍ରାମର ରାମ ଦେହୁରୀ କୁକୁଡ଼ା ଲଢେ଼ଇ ଦେଖି ଫେରିବା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଅଧିକ ପଢନ୍ତୁ...

elephant attack 1 oldman death in betatani range of mayurbhanj
କୁକୁଡ଼ା ଲଢେ଼ଇ ଦେଖି ଫେରୁବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ
author img

By

Published : Jan 1, 2021, 9:35 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ। ଜିଲ୍ଲାର ବେତନଟୀ ରେଞ୍ଜ କାଳିଆନାଳ ଗ୍ରାମର 59 ବର୍ଷିୟ ରାମ ଦେହୁରୀ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

କୁକୁଡ଼ା ଲଢେ଼ଇ ଦେଖି ଫେରୁବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ

ସୂଚନା ଅନୁଯାୟୀ ରାମ ଦେହୁରୀ ପାଞ୍ଚଭାୟା ନିକଟରେ ହେଉଥିବା କୁକୁଡ଼ା ଲଢେ଼ଇ ଦେଖିବାକୁ ଯାଇଥିଲେ । କୁକୁଡ଼ା ଲଢେ଼ଇ ଦେଖି ନିଜ ସାଇକେଲରେ ଫେରୁଥିବା ସମୟରେ ପାଞ୍ଚଭାୟା ଜଙ୍ଗଲରେ ହାତୀ ସହ ମୁହାଁମୁହିଁ ହୋଇଥିଲେ । ତେବେ ହାତୀ ରାମ ଦେହୁରୀଙ୍କୁ ଶୁଣ୍ଢରେ ଟେକି କଚାଡି ଦେବା ଫଳରେ ରାମ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବାବେଳକୁ ରାମଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ଗତ ଦୁଇ ମାସ ଉର୍ଦ୍ଧ୍ବ ହେବ ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜରେ ଝାରଖଣ୍ଡି ହାତୀଙ୍କ ଦୌରାତ୍ମ୍ୟ ଜାରି ରହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.