ବାରିପଦା: ଭୂମିକମ୍ପରେ ଝଟକାରେ ଥରିଲା ମୟୂରଭଞ୍ଜ । ଗୁରୁବାର ବିଳମ୍ବିତ ରାତି 2ଟା 13 ସମୟରେ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।
ବାରିପଦା, ଖୁଣ୍ଟା ସାହି ଓ ଏହାର ଆଖପାଖରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ରିକ୍ଟର ସ୍କେଲ ତୀବ୍ରତା ୩.୯ ମ୍ୟାଗ୍ନିଚ୍ୟୁଡ ଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ