ETV Bharat / state

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ - Pandit Rahunath Murmu medical

ବାରିପଦାରେ ଚିକିତ୍ସା ଅବେହଳାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ । ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 14, 2019, 3:22 PM IST

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସା ଅବେହଳାରୁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ଏଭଳି ଅଭିଯୋଗ ଆସୁଥିବା ବେଳେ ଡାକ୍ତରଙ୍କ ବେପରୁଆ ମନଭାବ ଯୋଗୁଁ ଯାଉଛି ରୋଗୀଙ୍କ ଜୀବନ । ଯାହାକୁ ନେଇ ପ୍ରସୂତୀଙ୍କ ପରିବାରଲୋକେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗତ 11 ତାରିଖରେ ବାଙ୍ଗି ମୁର୍ମ ନାମକ ଜଣେ ମହିଳା ପ୍ରସୂତୀ ପାଇଁ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ପ୍ରସୂତୀ ଦିନ ମହିଳାଙ୍କ ପେଟରେ ହିଁ ତାଙ୍କ ଦୁଇଟି ଜାଆଁଳା ଛୁଆର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଙ୍କ ଅବହେଳାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେବେ ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କେବଳ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ନୁହେଁ, ଶବ ବ୍ୟବଚ୍ଛେଦ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ମହାପ୍ରଣୟ ଦେଲେ ନାହିଁ । ଫଳରେ ପ୍ରସୂତୀଙ୍କ ମୃତ ଦେହକୁ କାନ୍ଧରେ ଧରି ଦୀର୍ଘ 2 କିମି ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ପରିବାର ଲୋକେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ପୁଣି ଡାକ୍ତର ଙ୍କ ଅବହେଳା ରୁ ଯାଇଛି ଜୀବନ।ଡାକ୍ତର ଙ୍କ ବେପରୁଆ ମନଭାବ ଚିକିତ୍ସା ଯୋଗୁଁ ଯାଉଛି ରୋଗୀଙ୍କ ଜୀବନ।ଏହା ପରେ ମଧ୍ୟ ଡାକ୍ତର ଙ୍କ ଥମୁନି ଗୁଣ୍ଡା ରାଜ।ଘଟଣା ଘଟିଛି ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ରେ।ଯେଉଁ ଥିରେ ଗତ କାଲି ଖୁଣ୍ଟା ଅଞ୍ଚଳ ର ବାଙ୍ଗି ମୁର୍ମୁ ନାମକ ଜଣେ ପ୍ରସୂତି ଚିକିତ୍ସା ଚିକିତ୍ସା ପାଇଁ ଆସିଥିଲା।ହେଲେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ଡାକ୍ତର ଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ଗଲା ପ୍ରସୂତି ଙ୍କ ଜୀବନ। ଗତBody: 11 ତାରିଖ ଦିନ ବାଙ୍ଗି ମୁର୍ମୁ କୁ ପ୍ରସୂତୀ ପାଇଁ ମେଡ଼ିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରସୂତୀ ଦିନ ଜଣାପଡିଥିଲା ବାଙ୍ଗି ଙ୍କ ପେଟରେ ଦୁଇ ଜୁଡୁଆ ଛୁଆ ର ମୃତ୍ୟୁ ପରେ ମା ପ୍ରତି ଡାକ୍ତର ଖାନା କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳା ପାଇଁ ମା ର ବି ମୃତ୍ୟୁ ହୋଇଅଛି।ସେତିକି ରେ ମଧ୍ୟ ଶାନ୍ତି ହେଲେନି ଡାକ୍ତର।Conclusion:ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଦେଲେନାହିଁ ମହାପ୍ରଣୟ ଯୋଜନା ରେ।ଯାହା ଫଳାରେ ପ୍ରସୂତି ଙ୍କ ମୃତ ଦେହ କୁ କାନ୍ଧ ରେ ଧରି ଦୀର୍ଘ ଦୁଇ କିଲୋମିଟର ଚାଲି ଚାଲି ଆସି ଜିଲ୍ଲା ପାଳ ଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.