ରାଇରଙ୍ଗପୁର : ହାତୀ ଉପଦ୍ରବ ଜନିତ କ୍ଷତିପୂରଣ ରାଶିରେ ବ୍ୟାପକ ଅନିୟମିତତା ଘଟଣା । ଏନେଇ ନିଲମ୍ବିତ ହେଲେ ମୟୂରଭଞ୍ଜର ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ନିଲମ୍ବନ ଆଦେଶ ସମ୍ପର୍କରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅନିୟମିତତା ଘଟଣାରେ କ୍ଷତିପୂରଣ ରାଶିକୁ ନିଜ ଆକାଉଣ୍ଟ ମାଧ୍ୟମରେ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦୁଧିଆଣି ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ।
୫ ତାରିଖ ଦିନ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ ଏତଲା ପାଇ ଶନିବାର ସନ୍ଧ୍ୟାରେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ । ତେବେ ହାତୀ ଉପଦ୍ରବ ନେଇ ବିଗତ କିଛି ବର୍ଷରେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । କ୍ଷତିଗ୍ରସ୍ତଙ୍କୁ ଉଚିତ କ୍ଷତିପୂରଣ ମିଳୁ ନଥିବା ନେଇ କିଛିଦିନ ତଳେ ଉଭୟ କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ।
ରାଇରଙ୍ଗପୁରରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ