ETV Bharat / state

ନିଶାସକ୍ତ ଅବସ୍ଥାରେ କନେଷ୍ଟବଳଙ୍କ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସପି

author img

By

Published : Feb 15, 2020, 12:59 PM IST

ନିଲମ୍ବିତ ହେବା ସହ ଜେଲ ଗଲେ ହିରୋଗିରି କରୁଥିବା କନେଷ୍ଟବଳ । ବଡ଼ସାହି ହିଙ୍ଗୁଳା ମେଳାରେ ହିରୋଗିରିର ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏସପି । ଅଧିକ ପଢନ୍ତୁ...

drunk constable's video goes viral, mayurbhanj latest news, drunk constable's viral video in mayurbhanj, ମୟୂରଭଞ୍ଜରେ ନିଶାସକ୍ତ କନେଷ୍ଟବଳଙ୍କ ଭିଡିଓ ଭାଇରାଲ, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ନିଶାସକ୍ତ କନେଷ୍ଟବଳଙ୍କ ଭିଡିଓ ଭାଇରାଲ
ନିଶାସକ୍ତ ଅବସ୍ଥାରେ କନେଷ୍ଟବଳଙ୍କ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସପି

ବାରିପଦା: ନିଲମ୍ବିତ ହେବା ସହ ଜେଲ ଗଲେ ନିଶାସକ୍ତ ଅବସ୍ଥାରେ ହିରୋଗିରି କରୁଥିବା କନେଷ୍ଟବଳ ଗଗନ ବିହାରୀ ନାଏକ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ହିଙ୍ଗୁଳା ମେଳାରେ ନିଶାସକ୍ତ ଅବସ୍ଥାରେ କନେଷ୍ଟବଳ ଜଣଙ୍କ ଭକ୍ତଙ୍କୁ ଗାଳିଗୁଲଜ କରିବା ସହ ବିଶୃଙ୍ଖଳିତ ଆଚରଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି ।

କନେଷ୍ଟବଳ ଗଗନଙ୍କ ଘର ବାରିପଦା ରିଜର୍ଭ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଦେଉଳି ଗ୍ରାମରେ । ତେବେ ନିଶାସକ୍ତ ଭିଡିଓ ଭାଇରାଲ ହେବା ପରେ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା 17/14.02.2020 ଅନୁସାରେ ବଡ଼ସାହି ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ଗଗନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।

ଏଥିସହ ବଡ଼ସାହି ଥାନାରେ ଗଗନଙ୍କ ନାମରେ କେସ ନମ୍ବର 21/2020 ଆଇପିସି ଧାରା 341, 294, 363, 510, 526, 298, 323, 183ରେ ମାମଲା ରୁଜୁ କରାଯାଇଛି । ଏହି ଆଧାରରେ ଅଭିଯୁକ୍ତ ଗଗନ ବିହାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେପଟେ କୋର୍ଟରେ କନେଷ୍ଟବଳଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.