ETV Bharat / state

କୋରୋନା କଟକଣା: ଦୀପ ବିକ୍ରି ଠପ, ଚିନ୍ତାରେ କାରିଗର - Diya sales in Mayurbhanj affected by COVID 19 ahead of Diwali

କେରୋନା କଟକଣାର ନିର୍ଦ୍ଦେଶନାମା ଆସିବା ପରେ ଦିପାବଳୀ ପାଇଁ ଦୀପ ବିକ୍ରି ନ କରିପାରି ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ହଜାର ହଜାର କୁମ୍ଭାର ପରିବାର । ଅଧିକ ପଢନ୍ତୁ...

କୋରୋନା କଟକଣା: ଦୀପ ବିକ୍ରି ଠପ, ଚିନ୍ତାରେ କାରିଗର

author img

By

Published : Nov 12, 2020, 8:17 PM IST

Updated : Nov 12, 2020, 8:44 PM IST

ବାରିପଦା: ଦିନକ ପରେ ଦିପାବଳୀ । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ପାଳନ ହେବ ଦିପାବଳୀ । ଏଇଥିପାଇଁ ହଜାର ହଜାର ମାଟି ଦୀପ ପ୍ରସ୍ତୁତ କରିଛନ୍ତି କୁମ୍ଭକର । ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟିରେ ପ୍ରସ୍ତୁତ କରନ୍ତି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ ଓ ପାର୍ବଣ ଜିନିଷ । ହେଲେ ଏଥର କୋରନା କଟକଣା ପାଇଁ ଆସୁନାହାନ୍ତି ଗ୍ରାହକ କି ବିକ୍ରି ହେଉନି ଜିନିଷ । ଫଳରେ ବିନା ଆୟରେ ମୁଣ୍ଡରେ ହାତ ଦେଇ ବସିଛନ୍ତି କାରିଗର ।

କୋରୋନା କଟକଣା: ଦୀପ ବିକ୍ରି ଠପ, ଚିନ୍ତାରେ କାରିଗର

ଦୀପ ବିକ୍ରି ନ ହେବାରୁ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ଶତାଧିକ କୁମ୍ଭାର ପରିବାର । ଚଳିତ ବର୍ଷ କୋରୋନା ପାଇଁ ଦିପାବଳୀ ପାଳନ ନ କରିବାକୁ ସରକାର ଘୋଷଣା କରିବା ପରେ ଚିନ୍ତାରେ ପଡିଛନ୍ତି ମୟୁରଭଞ୍ଜ କୁମ୍ଭାର ପରିବାର ।

ପ୍ରତ୍ୟେକ ବର୍ଷ ଆଲୋକର ପର୍ବ ଦିପାବଳୀକୁ ଅପେକ୍ଷା କରି ମାଟିର ଦୀପ ପ୍ରସ୍ତୁତ କରନ୍ତି କୁମ୍ଭକାର । ଏଥିପାଇଁ ସମସ୍ତଙ୍କ ମନରେ ଖୁସି ଭରିଥିବା ବେଳେ ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରି ନିଜର ଜୀବିକା ନିର୍ବାହ କରୁଥିବା କୁମ୍ଭାରମାନେ ଏବେ ଚିନ୍ତାରେ । କୁମ୍ଭାର ଚକିରୁ ପ୍ରସ୍ତୁତ ହୋଇଛି ହଜାର ହଜାର ଦୀପ ହେଲେ ସେ ସବୁ ସେମିତି ହିଁ ପଡିରହିଛି । ପ୍ରତିବର୍ଷ କୁମ୍ଭକାର ମାନେ ଦିପାବଳୀରେ ମାଟିଦୀପ ବିକ୍ରି କରି ଭଲ ରୋଜଗାର କରନ୍ତି । କିନ୍ତୁ ଚଳିତ ବର୍ଷ ବିକ୍ରି ହୋଇ ନ ପାରି ପଡିରହିଛି ଦୀପ ଓ ମାଟି ତିଆରି ସାମଗ୍ରୀ । କେରୋନା କଟକଣାର ନିର୍ଦ୍ଦେଶନାମା ଆସିବା ପରେ ସେମାନଙ୍କ ଜିନିଷ ଆଉ ବିକ୍ରି ହୋଇ ପାରିନି ।

କୋରୋନା ଆରମ୍ଭରୁ ସବୁ ମନ୍ଦିର ବନ୍ଦ ହେବାରୁ ବେପାର ବନ୍ଦ ଥିଲା । ଆଶା ଥିଲା ଦିପାବଳୀରେ ଭଲ ବିକ୍ରି ହେବ । ହେଲେ ସଂକ୍ରମଣ ଭୟ ଓ ସରକାରଙ୍କ ଗାଇଡଲାଇ ସବୁ ଆଶା ମଉଳାଇଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 12, 2020, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.