ରାଇରଙ୍ଗପୁର: ଜିଲ୍ଲା ସଶସ୍ତ୍ର ସୀମା ବଳ ସଂଘ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ସାନପାଖଣା ଗ୍ରାମର ଶହୀଦ ଫାଗୁରାମ ମାରାଣ୍ଡିଙ୍କ ପରିବାରକୁ ୭୧,୦୦୧ ଟଙ୍କାର ଚେକ ପ୍ରଦାନ କରାଯାଇଛି। ସାନପାଖଣା ଗ୍ରାମରେ ଅନୁଷ୍ଠିତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଗ ଦେଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସଶସ୍ତ୍ର ବଳ ସଂଘ ପକ୍ଷରୁ ଉକ୍ତ ଚେକ ଶହୀଦ ପରିବାରକୁ ଏହି ଚେକ ପ୍ରଦାନ କରିଛନ୍ତି । SSB ସଂଘର ସଦସ୍ୟମାନେ ଶହୀଦ ଫାଗୁରାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ବୀରତ୍ବର ସ୍ମୃତିଚାରଣ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ