ETV Bharat / state

6ଟି ବେଆଇନ ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

author img

By

Published : May 17, 2023, 7:37 AM IST

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ବେଆଇନ ଭାବେ ଚାଲିଥିବା ୬ ଗୋଟି ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

drug prevention center
drug prevention center
ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ କିଛି ନିଶା ନିବାରଣ କେନ୍ଦ୍ର ବେଆଇନ ଭାବେ ଚାଲିଥିବାର ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ତେବେ ପ୍ରଶାସନ ଏ ଦିଗରେ ତତ୍ପରତା ଦେଖାଇ ବାରିପଦାରେ ଥିବା ୬ ଗୋଟି ନିଶା ନିବାରଣ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ବାରିପଦା ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୫ର ସମର୍ପଣ ନିଶା ନିବାରଣ କେନ୍ଦ୍ର, ପରିବର୍ତ୍ତନ ନିଶା ନିବାରଣ କେନ୍ଦ୍ର, ପଶ୍ଚାତାପ ନିଶା ନିବାରଣ କେନ୍ଦ୍ର, କୃପା ନିଶା ନିବାରଣ କେନ୍ଦ୍ର, ନିଉ ଷ୍ଟେପ ନିଶା ନିବାରଣ କେନ୍ଦ୍ର ଓ ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରାଯାଇଛି।

ଉକ୍ତ ୬ଟି ନିଶା ନିବାରଣ କେନ୍ଦ୍ର ଗୁଡିକର କାଗଜପତ୍ର ଯାଞ୍ଚ ପରେ ବେଆଇନ ଭାବେ ଚାଲୁ ଥିବାର ଜଣାପଡିବା ପରେ ବାରିପଦା ଟାଉନ ଥାନା ପୋଲିସ ଏହିସବୁ ନିଶା ନିବାରଣ କେନ୍ଦ୍ର ଗୁଡିକୁ ବନ୍ଦ କରିଛି । ସେହିପରି ଚିରଦିନ ପାଇଁ ଏହି ନିଶା ନିବାରଣ କେନ୍ଦ୍ର ଗୁଡିକୁ ସିଲ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛି ପୋଲିସ । ଅନ୍ୟପଟେ ଏହି ନିଶା ନିବାରଣ କେନ୍ଦ୍ର ଗୁଡିକରେ ଥିବା ଅନ୍ତେବାସୀଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ସୂଚନା ଦେଇଛନ୍ତି ବାରିପଦା ଏସ୍‌ଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ ।

ସୂଚନା ଅନୁଯାୟୀ, ଉପାଦେଷ୍ଟା ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀ ନିର୍ଯାତନାର ଶିକାର ହୋଇଥିଲେ । ଏ ସମ୍ପର୍କରେ ବାରିପଦା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବାରିପଦା ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବେଆଇନ ଭାବେ ଚାଲୁଥିବା ନିଶା ନିବାରଣ କେନ୍ଦ୍ର ଗୁଡିକର ପର୍ଦ୍ଦାଫାଶ କରିଥିଲେ । ଏହି ଘଟଣାରେ ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ରର ମାଲିକ ଶାନ୍ତନୁ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ସେହିପରି ଝାଡ଼ଖଣ୍ଡ ବହଡାଗୋଡାର ଆଉ ଜଣେ ଅନ୍ତେବାସୀ ନିହାର ରଞ୍ଜନ ସିଟ୍‌ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ବାରିପଦା ସହରରେ ଥିବା ବିଭିନ୍ନ ବେଆଇନ ନିଶା ନିବାରଣ କେନ୍ଦ୍ର ଉପରେ ଚଢ଼ାଉ କରିଥିଲା ବାରିପଦା ଟାଉନ ଥାନା ପୋଲିସ ।

ଛତୁ ଫୁଟିଲା ପରି ବାରିପଦା ସହରରେ ନିଶା ନିବାରଣ କେନ୍ଦ୍ରଗୁଡିକ ଖୋଲି ଚାଲିଥିଲା । ତେବେ ଏହି କେନ୍ଦ୍ର ଗୁଡିକ କାହାଠାରୁ ସ୍ୱୀକୃତି ଆଣି ଗୋଟିଏ ପରେ ଗୋଟିଏ ନିଶା ନିବାରଣ କେନ୍ଦ୍ର ଖୋଲି ଚାଲିଛନ୍ତି ତାହା ତଦନ୍ତ ସାପେକ୍ଷ । ସେପଟେ ବାରିପଦା ପୌରପାଳିକା ପକ୍ଷରୁ ସମସ୍ତ ନିଶା ନିବାରଣ କେନ୍ଦ୍ର ମାଲିକମାନଙ୍କୁ ନୋଟିସ ଜାରି କରି ଯାଞ୍ଚ କରାଯିବ ବୋଲି ବାରିପଦା ପୌରପାଳିକାର ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ବିଭିନ୍ନ ସମୟରେ ନିଶା ନିବାରଣ କେନ୍ଦ୍ରଗୁଡିକରେ ଅନ୍ତେବାସୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ କାଲିକାପୁର ଅଞ୍ଚଳର ନିଶା ନିବାରଣ କେନ୍ଦ୍ରରେ ଏପରି ଭିଡିଓ ଭାଇରାଲ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ବନ୍ଦ କରାଯିବା ସହିତ ମାଲିକକୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ବାରିପଦା ସହରରେ ମାଳମାଳ ନିଶା ନିବାରଣ କେନ୍ଦ୍ର ସବୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପାଖରେ ଖବର ଅଛି କି ନାହିଁ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.