ETV Bharat / state

ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିଲେ ରାଜସ୍ବ ମନ୍ତ୍ରୀ - distribution of land cartificate

ଓଡିଶା ସରକାରଙ୍କ ଜାଗା ମିଶନ ଜରିଆରେ ବାରିପଦାରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଏଥିରେ ଯୋଗ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।

distribution of land cartificate to landless people in baripada
ଭୂମିହୀନଙ୍କୁ ପଟ୍ଟା ବଣ୍ଟନ
author img

By

Published : Oct 12, 2020, 7:05 PM IST

ବାରିପଦା: ପୌର ପରିଷଦ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ' ଜାଗା ମିଶନ' ଜରିଆରେ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏଥିରେ ବାରିପଦାର ଅନେକ ଭୂମିହୀନ ଉପକୃତ ହେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଭୂମିହୀନଙ୍କୁ ପଟ୍ଟା ବଣ୍ଟନ

ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ "ଜାଗା ମିଶନ" ଜରିଆରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ବାରିପଦା ପୌରପରିଷଦ ଦ୍ବାରା ୭୬୨୫ ହିତାଧିକାରୀ ଚିହ୍ନଟ ହୋଇଥିବାବେଳେ ୪୬ଟି ବସ୍ତିର ୪୮୧୭ ଜଣ ଭୂମିହୀନଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଟ୍ଟା ବଣ୍ଟନ କରିଛନ୍ତି । ମୁଖ୍ୟ ଅତିଥିଙ୍କ ସହ ବାରିପଦା ବିଧାୟକ ପ୍ରକାଶ ସରେନ, ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ବାରିପଦା ପୌରପରିଷଦ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ପି. ଅନ୍ବସା ରେଡ୍ଡୀ ଉପସ୍ଥିତ ଥିଲେ। ଏହି ଜାଗା ମିଶନରେ ରାଜ୍ୟର ଏନ.ଏ.ସି. ଏବଂ ମ୍ୟୁନିସିପାଲିଟିରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ ବୋଲି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.