ETV Bharat / state

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିଧାୟକଙ୍କ ବାସଭବନ ସମ୍ମୁଖରେ ଭଞ୍ଜସେନାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ - Mayurbhanj

ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦିଆଯାଇଛି । ଜିଲ୍ଲାର ସମସ୍ତ ବିଧାୟକଙ୍କ ଘର ସମ୍ମୁଖରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧିକ ପଢ଼ନ୍ତୁ...

ମୟୁରଭଞ୍ଜରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିଧାୟକଙ୍କ ବାସଭବନ ସମ୍ମୁଖରେ ଭଂଜସେନାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

author img

By

Published : Nov 13, 2020, 4:10 PM IST

Updated : Nov 13, 2020, 6:11 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦିଆଯାଇଛି । ଆଜି(ଶୁକ୍ରବାର) ଜିଲ୍ଲାର ସମସ୍ତ ବିଧାୟକଙ୍କ ଘର ସମ୍ମୁଖରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ଠପ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଭଞ୍ଜସେନା।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିଧାୟକଙ୍କ ବାସଭବନ ସମ୍ମୁଖରେ ଭଞ୍ଜସେନାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ମୟୁରଭଞ୍ଜ ଜିଲ୍ଲାରେ ନାହି ନାହିରେ ଚାଲିଛି ସ୍ବାସ୍ଥ୍ୟ ସେବା। ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଦେଖା ଦେଇଛି। ଏହସହ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଏହାସହ ଅନେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀସେବା ଏକ ପ୍ରକାର ବନ୍ଦ ହୋଇଯାଇଛି। ଫଳରେ ଡାକ୍ତରଖାନାକୁ ଆସୁଥିବା ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି ଭଞ୍ଜସେନା।

ଏହାର ପ୍ରତିବାଦ କରି ମୟୂରଭଞ୍ଜ ଜିଲ୍ଲାର ନଅ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବାସଭବନ ସମ୍ମୁଖରେ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାରେ ବିପର୍ଯ୍ୟସ୍ତ ସାସ୍ଥ୍ୟ ସେବାକୁ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିବାରେ ଲାଗିଛି। ଏଥିପାଇଁ ବିଧାୟକମାନଙ୍କୁ ଗଭୀର ନିଦ୍ରାରୁ ଉଠାଇବା ସହ ସ୍ବାସ୍ଥ୍ୟ ସେବା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ଭଞ୍ଜସେନା କର୍ମକର୍ତ୍ତା। ଏହାସହ ସମସ୍ତ ନିର୍ବାଚନ ମଣ୍ଡଳୀବାସୀଙ୍କୁ ଉନ୍ନତ ସାସ୍ଥ୍ୟସେବା ଯୋଗାଇବାକୁ ପ୍ରୟାସ ଆରମ୍ଭ କରିବାକୁ ବିଧାୟକଙ୍କୁ ବିନମ୍ର ଅନୁରୋଧ କରିଛି ଭଞ୍ଜସେନା।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

Last Updated : Nov 13, 2020, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.