ETV Bharat / state

ନିରାଶ କଲା ରେଳ ବଜେଟ, ଗର୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ - ମୟୂରଭଞ୍ଜ ରେଳ ବଜେଟ

ଚଳିତ ୨୦୨୨-୨୩ ରେଳ ବଜେଟରେ ମୟୂରଞ୍ଜବାସୀଙ୍କୁ ଉପେକ୍ଷା କରାଯାଇଥିବା ବେଳେ ଏହା ଜିଲ୍ଲାବାସୀଙ୍କୁ ନିରାଶ କରିଛି । ଯାହା ବିରୋଧରେ ଗର୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ

ନିରାଶ କଲା ରେଳ ବଜେଟ: ଗର୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ

author img

By

Published : Feb 4, 2022, 10:40 PM IST

ରାଇରଙ୍ଗପୁର: ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା କରିଥିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା ବିଜେଡି । ଚଳିତ ୨୦୨୨-୨୩ ରେଳ ବଜେଟରେ ମୟୂରଞ୍ଜବାସୀଙ୍କୁ ଉପେକ୍ଷା କରାଯାଇଥିବା ବେଳେ ଏହା ଜିଲ୍ଲାବାସୀଙ୍କୁ ନିରାଶ କରିଛି । ରାଇରଙ୍ଗପୁର ଉପଖଣ୍ଡରେ ଥିବା ଲୌହଖଣି ଗୁଡ଼ିକରୁ କୋଟି କୋଟି ଟଙ୍କା ରାଜସ୍ୱ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ମୟୂରଭଞ୍ଜ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ନିରାଶ କଲା ରେଳ ବଜେଟ: ଗର୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ

ତେବେ ରାଇରଙ୍ଗପୁର ରେଳ ଷ୍ଟେସନରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ଜିଲ୍ଲା ବିଜେଡି ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ନାରୀ ନେତ୍ରୀ ପ୍ରିତୀନନ୍ଦା କାନୁନଗୋ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ତେବେ ଆଗାମୀ ଦିନରେ ବାଦାମପାହାଡରୁ କେନ୍ଦୁଝର ଓ ଚାକୁଳିଆରୁ ବୁଢାମରା ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.