ETV Bharat / state

ନୂତନ ଜିଲ୍ଲା ଗଠନ ଦାବି: ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

author img

By ETV Bharat Odisha Team

Published : Dec 6, 2023, 7:54 AM IST

ତେଜିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ନୂତନ ଜିଲ୍ଲା ଗଠନ ଦାବି ନେଇ ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ଆଗକୁ ପଢ଼ନ୍ତୁ,

ନୂତନ ଜିଲ୍ଲା ଗଠନ ଦାବି
ନୂତନ ଜିଲ୍ଲା ଗଠନ ଦାବି
ନୂତନ ଜିଲ୍ଲା ଗଠନ ଦାବି

ରାଇରଙ୍ଗପୁର: ତେଜିଲା ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ । ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଜିଲ୍ଲା ଗଠନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆ ଯାଇଥିଲା । ନୂତନ ଜିଲ୍ଲା ଗଠନ ଦାବି ନେଇ ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ବେଶ ପରିଚିତ । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର (ବାମନଘାଟି) ଉପଖଣ୍ଡ ଅନ୍ୟତମ । ରାଇରଙ୍ଗପୁର ଉପଖଣ୍ଡରେ ରହିଛି ନିଜର ପୌରପାଳିକା ଅଞ୍ଚଳ ସମେତ ସାତଗୋଟି ବ୍ଲକ ଓ ଆଠ ଗୋଟି ପୋଲିସ ଷ୍ଟେସନ । ରାଇରଙ୍ଗପୁର ଉପଖଣ୍ଡର କିଛି ବ୍ଲକଗୁଡ଼ିକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟରରୁ ଅଧିକ ଥିବାରୁ ଯାତାୟାତ ପାଇଁ ଏହି ଅଞ୍ଚଳର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଦାବି ହୋଇ ଆସୁଛି । ଦିନକୁ ଦିନ ତେଜିବାରେ ଲାଗିଛି ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଏନେଇ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକର ଆୟୋଜନ କରା ଯାଇଥିଲା । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ଉପଖଣ୍ଡର ଜନସାଧାରଣ ଓ ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଜିଲ୍ଲା ଗଠନ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆ ଯାଇଥିଲା । ଏଥି ସହିତ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ସଂଗଠନ, ରାଜନୈତିକ ଦଳ ଓ ବରିଷ୍ଠ ନାଗରିକମାନେ ନୂତନ ଜିଲ୍ଲା ସମ୍ବନ୍ଧରେ ନିଜ ନିଜ ଅଭିଭାଷଣ ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଦୁର୍ନୀତି ବିରୋଧରେ ଧନକଉଡ଼ା ବ୍ଲକ ଘେରିଲା ବିଜେପି

ତେବେ ପୂର୍ବରୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ନେଇ ୧୨ ଘଣ୍ଟିଆ ସମଗ୍ର ରାଇରଙ୍ଗପୁର ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଇରଙ୍ଗପୁର ବନ୍ଦ ସଫଳ ମଧ୍ୟ ହୋଇଥିଲା । ଏଥି ସହିତ ଦଳ ଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଓ ରାଇରଙ୍ଗପୁର ବାସୀଙ୍କ ତରଫରୁ କିଛି ଦିନ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରା ଯାଇଥିଲା । ତେବେସେପଟେ ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ କୁ ଆହୁରି ଜୋରଦାର କରିବା ପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ପୂର୍ବରୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ତଥା ରାଇରଙ୍ଗପୁର ବାର ଏସୋସିଏସନ ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ବୁଦ୍ଧିଜୀବୀ, ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ଓ ପ୍ରହ୍ଲାଦ ପୁର୍ତ୍ତି, କାଳୀ ପ୍ରସନ୍ନ ମହାନ୍ତି, ଅଧ୍ୟାପକ ବିଜୟ ରାମ, ଓକିଲ ସଂଘର ସଦସ୍ୟ, ଡ୍ରାଇଭର ମହାସଂଘ, ବଣିକ ସଂଘ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଜେପି, ବିଜେଡି ଓ କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.