ବାରିପଦା: ଅଜଣା ଗାଡି ଧକ୍କାରେ ହରିଣ ମୃତ । ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ହରିଣଟିର ମୃତଦେହ ଉଦ୍ଧାର କରିଛନ୍ତି । ଏହାସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ସୂଚନା ଅନୁସାରେ,ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥ ଦେଉଳି ରେଞ୍ଜ କଳାବାଡ଼ିଆ ଛକ ନିକଟରୁ ଏକ ହରିଣର ମୃତଦେହ ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚଥିଲେ।
ହରିଣଟି ରାସ୍ତା ପାରି ହେଉଥିବା ସମୟରେ କୌଣସ ଏକ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ହରିଣଟି ଶିମିଳିପାଳ ଅଭୟାରଣ୍ୟର ପାଦଦେଶରୁ ଗାଁ ଅଭିମୁଖେ ଚାଲିଆସିଥିଲା । ୧୮ ନମ୍ବର ଜାତୀୟ ରାଜପଥ ରାସ୍ତା ପାର ହେଉଥିବା ବେଳେ କୌଣସି ଏକ ଗାଡ଼ି ଧକ୍କା ଦେଇଥିଲା ଫଳରେ ତାର ମୃତ୍ୟୁ ହୋଇଯାଇଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ