ETV Bharat / state

ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ ଦାବିରେ ଆମରଣ ଅନଶନ

ବାରିପଦାରେ ସ୍ଥାୟୀ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ ଦାବି ଆମରଣ ଅନଶନ । ଅନଶନରେ ବସିବା ପରେ ପ୍ରଶାସନ ଆଜି(ସୋମବାର) କ୍ଷୀରୋଦକୁ ଉଠାଇ ନେଇ ପିଆରଏମ ମେଡ଼ିକାଲରେ ଭର୍ତ୍ତି କରିଛି।

ଶୈାଚାଳୟ ନିର୍ମାଣ ଦାବିରେ ଆମରଣ ଅନଶନ
ଶୈାଚାଳୟ ନିର୍ମାଣ ଦାବିରେ ଆମରଣ ଅନଶନ
author img

By

Published : Feb 9, 2021, 7:19 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଛକରେ ସ୍ଥାୟୀ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ ଦାବି ଆମରଣ ଅନଶନ । ଦୀର୍ଘ ଚାରିଦିନ ଧରି ଅନଶନରେ ବସିଛନ୍ତି କ୍ଷୀରୋଦ ଦାସ। ଅନଶନରେ ବସିବା ପରେ ପ୍ରଶାସନ ଆଜି(ସୋଣବାର) କ୍ଷୀରୋଦକୁ ଉଠାଇ ନେଇ ପିଆରଏମ ମେଡ଼ିକାଲରେ ଭର୍ତ୍ତି କରିଛି।

ସ୍ଥାୟୀ ଯାତ୍ରୀ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ ଦାବିରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଝାରପୋଖରିଆ ନିକଟରେ ଦ୍ବିତୀୟ ଥର ପାଇଁ ଆମରଣ ଅନଶନରେ ବସିଛନ୍ତି କ୍ଷୀରୋଦ ଦାସ। ସୂଚନା ଅନୁଯାୟୀ, ଗତ ୨୦୧୯ ମାର୍ଚ୍ଚ ୧୫ ତାରିଖରୁ ସ୍ଥାନୀୟ ସାମ୍ବାଦିକ ତଥା ସମାଜସେବୀ କ୍ଷୀରୋଦଚନ୍ଦ୍ର ଦାସ ଆମରଣ ଅନଶନରେ ବସିଥିଲେ।

ଶୈାଚାଳୟ ନିର୍ମାଣ ଦାବିରେ ଆମରଣ ଅନଶନ

ଦୀର୍ଘ ୫୭ ଘଣ୍ଟାର ଅନଶନ ପରେ ପ୍ରଶାସନ ପକ୍ଷରୁ ଦାବି ପୂରଣ ସହ ଶୌଚାଳୟ ଓ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଥିଲେ କ୍ଷୀରୋଦ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ହେଉଛି ସରକାରଙ୍କ ପ୍ରତିଶ୍ରୁତି ପରେ କାର୍ଯ୍ୟକାରୀ ହୋଇନାହିଁ। ପ୍ରତିଶୃତି ମିଳିବାର 2 ବର୍ଷ ପୁରିବାକୁ ବସିଥିବା ବେଳେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ପୁଣିଥରେ ଅନଶନରେ ବସିଛନ୍ତି କ୍ଷୀରୋଦ।

ଫେବୃଆରୀ ୫ ତାରିଖରୁ ଅନଶନରେ ବସିଥିବା ବେଳେ ପ୍ରଶାସନ ସହ ଆଲୋଚନା ବିଫଳ ହୋଇଛି। ଦୀର୍ଘ 4ରିଦିନ ଅନଶନରେ ବସିବା ପରେ ମେଡ଼ିକାଲ ଟିମ କ୍ଷୀରୋଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଝାରପୋଖରିଆ ପୋଲିସ କ୍ଷୀରୋଦକୁ ଉଠାଇ ନେଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.