ETV Bharat / state

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ୩ ବର୍ଷ, ଶହୀଦଙ୍କ ଗାଁ ସମାଧିରେ ଶ୍ରଦ୍ଧାଞ୍ଜଳି

author img

By

Published : Jun 17, 2023, 7:20 AM IST

ଗଲୱାନ ଘାଟି ସଂଘର୍ଷକୁ ଇତି ମଧ୍ୟରେ ତିନି ବର୍ଷ ପୂରି ଯାଇଛି । 20 ଯବାନଙ୍କ ମଧ୍ୟରେ ଦେଶ ପାଇଁ ଶହୀଦ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ବୀରପୁତ୍ର ସହିଦ ନୁଦୁରାମ ସୋରେନଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ

death anniversary of saheed nuduram soren
ସହିଦ ନୁଦୁରାମ ସୋରେନଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ

ରାଇରଙ୍ଗପୁର: ଗଲୱାନ ଘାଟି ସଂଘର୍ଷକୁ ଇତି ମଧ୍ୟରେ ତିନି ବର୍ଷ ପୂରି ଯାଇଛି । ଭାରତ-ଚୀନ ସୀମା ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଦୁଇ ସେନା । ଯେଉଁଥିରେ ଦେଶକୁ ହରାଇବାକୁ ପଡ଼ିଥିଲା ଅନେକ ବୀର ପୁତ୍ର । ସେହି ସଂଘର୍ଷରେ ଶହୀଦ ହୋଇଥିଲେ 20 ଜଣ ବୀର ସୈନିକ । ଶହୀଦ ହୋଇଥିବା ସେନା ଜବାନଙ୍କ ମଧ୍ୟରୁ ରାଇରଙ୍ଗପୁର ମାଟିର ବୀର ପୁଅ ନୁଦୁରାମ ସୋରେନ ମଧ୍ୟ ଥିଲେ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ବୀରପୁତ୍ର ସହିଦ ନୁଦୁରାମ ସୋରେନଙ୍କ ଗୁରୁବାର ଥିଲା ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଏନେଇ ଗାଁ ସମାଧି ପୀଠରେ ସପରିବାର, ସ୍ଥାନୀୟ ଲୋକେ ଏବଂ ବିଜେଡି ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ସେଦିନ ଥିଲା ୨୦୨୦ ମସିହା ଜୁନ ମାସ ୧୫ ଓ ୧୬ ତାରିଖ । ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ସେହି ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ବୀର ଜବାନ ଶହୀଦ ହୋଇଥିଲେ । ୨୦ ଯବାନଙ୍କ ମୃତ୍ୟୁ ଖବର ଶୁଣି ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଗଲୱାନ ଘାଟିରେ ଘଟିଥିବା ସେହି ରକ୍ତାକ୍ତ ସଂଘର୍ଷକୁ ତିନି ବର୍ଷ ପୂରି ଯାଇଥିବା ବେଳେ ଆଜି ବି ବୀର ଯବାନ ମାନଙ୍କୁ ଝୁରୁଛି ଦେଶ । ଶହୀଦ ହୋଇଥିବା ୨୦ ଜଣ ବୀର ଯବାନଙ୍କ ମଧ୍ୟରେ ରାଇରଙ୍ଗପୁର ମାଟିର ବୀର ପୁତ୍ର ନୁଦୁରାମ ସୋରେନ ମଧ୍ୟ ରହିଥିଲେ ।

ତାଙ୍କ ସ୍ମୃତିଚାରଣ କରିବା ପାଇଁ ତୃତୀୟ ବର୍ଷରେ ଗାଁ ସମାଧି ପୀଠରେ ସହିଦ ନୁଦୁରାମଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଶହୀଦ ନୁଦୁରାମଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ ଓ ତାଙ୍କ ୩ ଝିଅ ଜ୍ଞାନେଶ୍ୱରୀ, ମାନସି ଓ ସୋନାଲି ସପରିବାର ସହିତ ସମାଧି ପୀଠକୁ ଯାଇ ଧୂପ ଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଥମେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ସହିଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଗାଁରେ ଥିବା ସମାଧି ପୀଠରେ ଆଦିବାସୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଶହୀଦ ନୁଦୁରାମଙ୍କ ପରିବାର ସହ ସ୍ଥାନୀୟ ବାସିନ୍ଦା ଏବଂ ବିଜେଡିର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ସେଠାରେ ସହିଦ ନୁଦୁରାମଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏନେଇ ସ୍ତ୍ରୀ କହିଛନ୍ତି, "ସ୍ବାମୀକୁ ହରାଇ ତିନି ଝିଅଙ୍କୁ ନେଇ ଭାଙ୍ଗି ପଡୁଥିଲେ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିବାରୁ ଗର୍ବିତ ଅଛୁ । ତାଙ୍କ ବଳିଦାନ ପାଇଁ ସେ ସବୁ ବେଳେ ଦେଶ ପାଇ ଅମର ହୋଇ ରହିବେ ।"

ନୁଦୁରାମଙ୍କ ଛୋଟ ବେଳୁ ମାତୃଭୂମିର ସେବା କରିବାର ପ୍ରବଳ ଇଚ୍ଛା ଥିବାରୁ କଲେଜ ଶିକ୍ଷା ସମାପ୍ତ ପରେ 1997 ମସିହାରେ ଆର୍ମିରେ ଯୋଗ ଦେଇଥିଲେ । ତେବେ ସେ 16 ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ । ନୁଦୁରାମ ସେନାରେ କାର୍ଯ୍ୟରତ ଥିବା ସମୟରେ ଗ୍ରାମର ଉନ୍ନତି ପାଇଁ ମଧ୍ୟ ସମୟ ବାହାର କରୁଥିଲେ । ଗରିବଙ୍କୁ ପାଠ ପଢ଼ାରେ ସାହାଯ୍ୟ କରୁଥିଲେ ନୁଦୁରାମ । ଶହୀଦ ହେବା ପରେ ସରକାରଙ୍କ ତରଫରୁ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ତାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗାଁ ପଡିଆ ଠାରେ ସହିଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ସ୍ମରଣିକା 'ବୀର ଗାଥା'ର ଉନ୍ମୋଚନ କରାଯାଇଥିଲା । ତେବେ ଶହୀଦ ନୁଦୁରାମ ସୋରେନ ଆଜି ସମସ୍ତଙ୍କ ମଧ୍ୟରେ ନାହାନ୍ତି । କିନ୍ତୁ ଆଜି ବି ଦେଶ ମାତୃକାର ସେବା, ତ୍ୟାଗ ଓ ବଳିଦାନ ପାଇଁ ସମସ୍ତଙ୍କ ହୃଦୟରେ ସେ ବି ଜୀବିତ ଅଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.