ETV Bharat / state

ବଜ୍ରକାପ୍ତା ଚୋରା ଚାଲାଣର ଲିଙ୍କ ଖୋଜିବ କ୍ରାଇମବ୍ରାଞ୍ଚ

author img

By

Published : Aug 11, 2019, 3:49 PM IST

ବଜ୍ରକାପ୍ତା ଚାଲାଣ ରାକେଟର ପର୍ଦ୍ଦାଫାଶ ପାଇଁ ଆରମ୍ଭ ହୋଇଛି ଛାନଭିନ୍‌ । ମାମଲାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତକୁ ଗିରଫ ପରେ ତଦନ୍ତ ପାଇଁ ରିମାଣ୍ଡରେ ନେଇଛି ଏସଟିଏଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ବଜ୍ରକାପ୍ତା ଚାଲାଣ ରାକେଟ ମାମଲାରେ ପୁଣି ଆରମ୍ଭ ହୋଇଛି ଛାନଭିନ୍‌ । ଗତ ଜୁଲାଇ ମାସ 24 ତାରିଖରେ ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଭଦୁଗୁଡା ଛକରେ ବାଇକ ଚୋରି ରାକେଟ ସନ୍ଦେହରେ 4 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା 2 ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଗିରଫ 4 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ 2 ଜଣ ଉଦଳା ଓ ବାଲେଶ୍ବର ଜିଲ୍ଲାର ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗିରଫ ପରେ ଏମାନଙ୍କ ନିକଟରୁ 2ଟି ଚୋରା ବାଇକ ସହ ବ୍ୟବହାର କରୁଥିବା ଗୋଟେ କାର ଏବଂ 4ଟି ମୋବାଇଲ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜବତ ଫୋନରେ ବଜ୍ରକାପ୍ତା ଚୋରା ଚାଲାଣ ସମ୍ପର୍କରେ କିଛି ଗୁପ୍ତ ତଥ୍ୟ ଥିବା ଖବର ପାଇଥିଲା ପୋଲିସ । ଏହାପରେ ଏସ୍‌ଟିଏଫ୍ ଟିମ୍‌ କ୍ରାଇମବ୍ରାଞ୍ଚକୁ ଅଧିକ ତଦନ୍ତ ନେଇ ଜଣାଇଥିଲା । ପରେ ମହୁଲଡିହା ପୋଲିସ ମାମଲାରେ ଅଧିକ ତଦନ୍ତ କରିବାକୁ ଗିରଫ 4 ଅଭିଯୁକ୍ତଙ୍କୁ 5 ଦିନିଆ ରିମାଣ୍ଡରେ ଆଣିଥିଲା । 3 ଜଣିଆ ଏସଟିଏଫ୍‌ ଟିମ ମହୁଲଡିହା ଥାନାରେ ସେମାନଙ୍କୁ ଜେରା କରିଥିଲେ ।

ତେବେ ଆସନ୍ତାକାଲି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଜି ଏସ୍‌ଟିଏଫ୍‌ ସେମାନଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ଭୁବନେଶ୍ବର ଆଣିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବଜ୍ରକପ୍ଟା ଚୋରା ଚାଲାଣ ଲିଙ୍କ ରେ ପୁଣି ଆରମ୍ଭ ହୋଇଅଛି ତନାଘନା। Body:ଗତ ଜୁଲାଇ ମାସ 24ତାରିଖରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ମହୁଲ ଡିହା ଥାନା ଭଦୁଗୁଡା ଛକରେ ବାଇକ ଚୋରି ରାକେଟ ସନ୍ଦେହ ର ପୋଲିସ 4 ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ 2 ଜଣ ଫେରାର ହୋଇଯାଇଥିଲେ । ଗିରଫ ହୋଇଥିବା 4 ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ 2ଜଣ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର, ଜଣେ ଉଦଳା ଥାନା ଓ ଅନ୍ୟ ଜଣଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି। ସେମାନଙ୍କ ଠାରୁ 2ଟି ଚୋରା ବାଇକ ସହ ବ୍ୟବହାର କରୁଥିବା ଗୋଟେ କାର ଏବଂ 4 ଟି ମୋବାଇଲ ଜବତ କରି ପୋଲିସ ତଦନ୍ତ କରିଥିଲା । ମୋବାଇଲରୁ ବଜ୍ରକପ୍ଟା ଚୋରା ଚାଲାଣ ସମ୍ପର୍କରେ କିଛି ଗୁପ୍ତ ତଥ୍ୟ ପାଇବାପରେ ଏସ୍ଟିଏଫ କ୍ରାଇମ ବ୍ରାଞ୍ଚଙ୍କୁ ଅଧିକ ତଦନ୍ତ ନେଇ ଜଣାଇଥିଲା । ପରେ ମହୁଲ ଡିହା ପୋଲିସ ଅଧିକ ପଚାର ଉଚରା ପାଇଁ 4 ଅଭିଯୁକ୍ତ ଙ୍କୁ 5 ଦିନ ପାଇଁ ରିମାଣ୍ଡରେ ଆଣିବାପରେ 3 ଜଣିଆ ଏସ୍ଟିଏଫ ଟିମ ମହୁଲ ଡିହା ଥାନାରେ 4 ଅଭିଯୁକ୍ତଙ୍କୁ ଜେରା କରିଥିଲେ । ଆସନ୍ତା କାଲି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ଆଜି ଏସ୍ଟିଏଫ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁକରି ସେମାନଙ୍କୁ ଅଧିକା ଜେରା ନେଇ ଭୁବନେଶ୍ୱର ନେଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.