ETV Bharat / state

ମୋରମ ମାଫିଆ ଘଟଣା: ଗିରଫ ହେଲେ ପୂର୍ବତନ ତହସିଲଦାରଙ୍କ 3 ସହଯୋଗୀ

author img

By

Published : Aug 4, 2020, 8:36 PM IST

ବହୁ ଚର୍ଚ୍ଚିତ ମୟୁରଭଞ୍ଜ ଜିଲ୍ଲା ବେତନଟୀର ପୁର୍ବତନ ତହସିଲଦାର ଅନୀଷା ଦାସ ଓ ମୋରମ ମାଫିଆ ଲିଙ୍କ ଘଟଣାରେ ବୈଶିଙ୍ଗା ଥାନାରେ ଅଭିଯୋଗ ପରେ 3 ଜଣଙ୍କୁ ଗିରଫ କରାଯାଇଛି ।

crime branch
ମୋରମ ମାଫିଆ ଘଟଣା

ବାରିପଦା: ବହୁଚର୍ଚ୍ଚିତ ମୟୁରଭଞ୍ଜ ଜିଲ୍ଲା ବେତନଟୀର ପୂର୍ବତନ ତହସିଲଦାର ଅନୀଷା ଦାସ ଓ ମୋରମ ମାଫିଆ ଲିଙ୍କ ଘଟଣାରେ ବୈଶିଙ୍ଗା ଥାନାରେ ଅଭିଯୋଗ ପରେ 3 ଜଣଙ୍କୁ ଗିରଫ କରାଯାଇଛି । ତେବେ ଅନୀଷାଙ୍କୁ ରାତି ଅଧିଆ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ବଦଳି ଓ ପରେ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।

ମୋରମ ମାଫିଆ ଘଟଣା

ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ତହସିଲଦାରକୁ ଗିରଫ ଦାବିରେ ମୟୂରଭଞ୍ଜ ଜିଲ୍ଲା ବିଜେପି ବିଧାୟକ ଓ ସାଂସଦ ମାନେ ବୈଶିଙ୍ଗା ଥାନା ସମ୍ମୁଖରେ 3 ଦିନ ଧରି ଧାରଣାରେ ବସିଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ବିଭାଗର 3 ଜଣିଆ ଟିମ ବାରିପଦା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବୈଶିଙ୍ଗା ପୋଲିସ, ବେତନଟୀ ପୋଲିସ, ଅଭିଯୋଗକାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ସହ ଅନେକ ଦସ୍ତାବିଜ ନିଜ ଅକ୍ତିଆରକୁ ନେଇଛି। ତଦନ୍ତ ପ୍ରକିୟା ଚାଲୁଥିବାରୁ କ୍ରାଇମବ୍ରାଞ୍ଚ କିମ୍ବା ମୟୂରଭଞ୍ଜ ପୋଲିସ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇନାହାନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.