ବାରିପଦା: ଝାରପୋଖରିଆ ଥାନା 49ନଂ ଜାତୀୟ ରାଜପଥରୁ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ଜବତ । ଏଥିସହ 2ଜଣକୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ସିଙ୍ଗଡା ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ ।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ବେଧଡକ ପୋଲିସ ଆଖିରେ ଧୂଳି ଦେଇ ଗୋରୁ ଚାଲାଣ ହେଉଥିବାବେଳେ ଗ୍ରାମବାସୀଙ୍କ ହାବୁଡରେ ଧରା ପଡିଥିଲେ । ଗୋରୁ ଚାଲାଣ ମାଫିଆଙ୍କୁ ଗ୍ରାମବାସୀ ଧରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପିକ୍ଅପ ଭ୍ୟାନରୁ 9ଟି ଗୋରୁକୁ ଜବତ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ