ETV Bharat / state

ଦୁଆରଶୁଣି ଘାଟିରେ ଦୁର୍ଘଟଣା: ଟ୍ରକ ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

author img

By ETV Bharat Odisha Team

Published : Sep 28, 2023, 10:59 PM IST

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦମ୍ପତି ମୃତ । ଅଧିକ ପଢନ୍ତୁ

ଟ୍ରକ ବାଇକ ମୁହାଁମୁହିଁ ଧକ୍କା
ଟ୍ରକ ବାଇକ ମୁହାଁମୁହିଁ ଧକ୍କା

ରାଇରଙ୍ଗପୁର: ଦୁଆରଶୁଣି ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହିତ ଏକ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଯାଉଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ସ୍ବାମୀ ଓ ସ୍ତ୍ରୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ରେବତୀ ଦାସ । ତେବେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ।

ସୂଚନା ଅନୁଯାୟୀ, ବିଶୋଇ ବ୍ଲକ କୋଲନୀର ବାସିନ୍ଦା ରବି ନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସ କୌଣସି କାମରେ ଏକ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିଲେ । ପାଖାପାଖି ୩.୩୦ ସମୟରେ ଦୁଆରଶୁଣି ଘାଟିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଦମ୍ପତି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ରାସ୍ତା କଡକୁ ଛିଟିକି ପଡ଼ିବା ଫଳରେ ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁଘଟିଥିଲା । ଦୁର୍ଘଟଣା ଘଟାଇ ଥିବା ଟ୍ରକଟି ରାସ୍ତା ପାର୍ଶ୍ଵ ଗଛକୁ ଧକ୍କା ଦେଇବା ପରେ ଟ୍ରାକ୍ ଡ୍ରାଇଭର ଘଟଣାସ୍ଥଳରୁ ଛମ୍ପଟ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବିବାହ କାର୍ଡ ବାଣ୍ଟିବାକୁ ଯାଉଥିଲେ ନଣନ୍ଦ-ଭାଉଜ: ଜଗିବସିଥିଲା ଯମ, ଦୁଇମୃତ ଜଣେ ଶିଶୁ ଗୁରୁତର

ସେପଟେ ଖବର ପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଙ୍ଗିରିପୋଷି ମେଡିକାଲକୁ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବାଇକ ଏବଂ ଟ୍ରକକୁ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଡ୍ରାଇଭରକୁ ଖୋଜୁଛି ପୋଲିସ । ଅନ୍ୟପଟେ ରବି ନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ରେବତୀ ଦାସଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବିଶୋଇ ବ୍ଲକ କୋଲନୀରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ପରେ ଉଭୟଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.