ETV Bharat / state

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ, 3 ଅଟକ

ବହଳଦା ପୋଲିସ ହାତରେ ଲାଗିଛି ବଡ ସଫଳତା । ଟ୍ରକରୁ ଜବତ ହୋଇଛି ପ୍ରାୟ ଅଧ ଟ୍ରକ ବିଦେଶୀ ମଦ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

author img

By

Published : Aug 13, 2019, 2:44 AM IST

Updated : Aug 13, 2019, 10:13 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବହଳଦା ପୋଲିସ ହାତରେ ଲାଗିଛି ବଡ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ପାଇ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ବ୍ୟାଙ୍କ ଇଣ୍ଡିଆ ପଛ ପଟେ ଲାଗିଥିବା ଏକ ଟ୍ରକରେ ଚଢାଉ କରିଥିଲା ପୋଲିସ । ଯେଉଁ ଟ୍ରକରୁ ଜବତ ହୋଇଛି ପ୍ରାୟ ଅଧ ଟ୍ରକ ବିଦେଶୀ ମଦ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ବହଳଦା ଥାନା ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ପଛପଟେ ଏକ ଦଶ ଚକିଆ ଟ୍ରକ ଲାଗିଥିଲା । ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଚଢାଉ କରିଥିଲା । ଫଳରେ ପ୍ରାୟ ଅଧ ଟ୍ରକ ବିଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ ।

ତେଣେ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଅଟକ କରିଛି ପୋଲିସ । ଏଥିସହ ମଦ ଚାଲାଣ କରୁଥିବା ଟ୍ରକକୁ ଜବତ କରି ଥାନାକୁ ଆଣିଛି ବହଳଦା ପୋଲିସ । ତେବେ ମଦ ଚାଲାଣ ପାଇଁ ବ୍ୟବହାର ହେଉଥିବା ଏହି ଟ୍ରକଟି NL02K2494 ହୋଇଥିବା ପୋଲିସ ସୂଚନା ଦେଇଛି ।

ଅନ୍ୟପଟେ ଏତେ ପରିମାଣ ମଦ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ସେନେଇ ତଦନ୍ତ ଆରମ୍ଭ କରିଛି ବହଳଦା ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 13, 2019, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.