ETV Bharat / state

ମୟୂରଭଞ୍ଜରୁ 70 ନୂଆ କୋରୋନା ସଂକ୍ରମଣ ମାମଲା ଚିହ୍ନଟ - କୋରୋନା

ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୦ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟର, ୨ ଜଣ ହୋମ କ୍ବାରେଣ୍ଟାଇନ, ୪୯ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୮ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ମୟୂରଭଞ୍ଜରୁ 70ଟି ନୂଆ କୋରୋନା ସଂକ୍ରମଣ ମାମଲା ଚିହ୍ନଟ

author img

By

Published : Aug 12, 2020, 7:49 PM IST

ବାରିପଦା: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ମହାମାରୀ କୋରୋନା । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋରୋନା ସ୍ଥିତି ଅଣାୟତଃ ହେବାରେ ଲାଗିଛି । ବୁଧବାର ଜିଲ୍ଲାରେ 70ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବେ ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯୯୭କୁ ପହଞ୍ଚିଛି ।

ମୟୂରଭଞ୍ଜରୁ 70ଟି ନୂଆ କୋରୋନା ସଂକ୍ରମଣ ମାମଲା ଚିହ୍ନଟ

ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭୦ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟର, ୨ ଜଣ ହୋମ କ୍ବାରେଣ୍ଟାଇନ, ୪୯ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୮ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାସଗୋବିନ୍ଦପୁର, ବାରିପଦା, ବାଙ୍ଗରିପୋଷି, ବିଶୋଇ ବ୍ଲକରୁ ଜଣେ ଲେଖାଏଁ ରହିଥିବାବେଳେ ବହଳଦା, କୁସୁମୀ, ଠାକୁରମୁଣ୍ଡା, ତିରିଂ, କରଞ୍ଜିଆ, ରାଇରଙ୍ଗପୁରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଶୁଳିଆପଦା, ମୋରଡ଼ା, ରରୁଆଁ ବ୍ଲକରୁ ତିନି ଜଣ ଲେଖାଏଁ ଏବଂ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ, ବିଜାତଳା, ବେତନଟୀରୁ ଚାରିଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତେବେ ଶ୍ୟାମଖୁଣ୍ଟାରୁ ପାଞ୍ଚ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଶିପୁରରୁ ଛଅ ଜଣ, ବାରିପଦା ସହରରୁ ଆଠ ଜଣ ଏବଂ ବଡ଼ସାହିରୁ ୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କ୍ବାରେଣ୍ଟାଇନ ଏବଂ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ୧୧ଜଣଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ହୋଇଥିବାବେଳେ ପାଞ୍ଚ ଜଣ କର୍ଣ୍ଣାଟକ ଫେରନ୍ତା, ୩ ଜଣ ତାମିଲନାଡୁ, ଦୁଇ ଜଣ ମହାରାଷ୍ଟ୍ର ଏବଂ ଜଣେ ଲେଖାଏଁ ଗୁଜୁରାଟ ଓ ତେଲେଙ୍ଗାନା ଫେରନ୍ତା ରହିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୭୦ଜଣଙ୍କୁ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯୭କୁ ଛୁଇଁଛି। ସେଥିମଧ୍ୟରୁ ୨୯୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୭୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.