ETV Bharat / state

କାଳ ହେଲା ରାତାରାତି ଧନୀ ହେବା ନିଶା, ଜୁଆ ଖେଳରେ ହାରି ଠିକାଦାରଙ୍କ ଆତ୍ମହତ୍ୟା - contractor committee sucide after gambling

ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଗ୍ରାମରେ। ଅଧିକ ପଢନ୍ତୁ...

ଜୁଆ ଖେଳରେ ହାରି ଠିକାଦାରଙ୍କ ଆତ୍ମହତ୍ୟା
ଜୁଆ ଖେଳରେ ହାରି ଠିକାଦାରଙ୍କ ଆତ୍ମହତ୍ୟା
author img

By

Published : Dec 26, 2020, 12:52 PM IST

ରାଇରଙ୍ଗପୁର: ଜୁଆ ଖେଳି ଲକ୍ଷାଧିକ ଟଙ୍କା ହାରି ଆତ୍ମହତ୍ୟା କଲେ ଠିକାଦାର । ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଗ୍ରାମରେ।

ଜୁଆ ଖେଳରେ ହାରି ଠିକାଦାରଙ୍କ ଆତ୍ମହତ୍ୟା

ସୁଦୂର ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଅର୍ଥ ରୋଜଗାର ପାଇଁ ଅନିଉଲ ଶେଖ୍ ଧାଇଁ ଆସିଥିଲେ ମୟୂରଭଞ୍ଜ ବହଳଦାକୁ। ରାଜମିସ୍ତ୍ରୀ କାମ କରିବା ସହିତ ନିଜେ ଠିକାଦାର ପାଲଟି ଯାଇଥିଲେ ଅନିଉଲ । ଅଞ୍ଚଳରେ ସରକାରୀ, ବେସରକାରୀ କୋଠା ନିର୍ମାଣ କରି ବେଶ ଟଙ୍କା ରୋଜଗାର କରୁଥିଲେ ସେ। କିନ୍ତୁ ଅଧିକ ଅର୍ଥ ଓ ରାତାରାତି କୋଟିପତି ହେବା ନିଶାରେ ନିଜର ଜୀବନ ଦେବାକୁ ପଡିଲା ଅନିଉଲଙ୍କୁ।

ସୂଚନା ଅନୁଯାଇ, IPL କ୍ରିକେଟ ମ୍ୟାଚ ସମୟରେ ଲକ୍ଷାଧିକ ଟଙ୍କା ଝାଡଖଣ୍ଡର ଟାଟା ନଗରର ବୁକି ପାଖରେ ବାଜି ଲଗାଇ ହାରି ଯାଇଥିଲେ ସେ । ଫଳରେ କାମ କରୁଥିବା ଶ୍ରମିକମାନଙ୍କୁ ତାଙ୍କ ପ୍ରାପ୍ୟ ଦେଇ ନପାରିବା ସହ ବିଭିନ୍ନ ଲୋକଙ୍କ ପାଖରୁ କାମ ପାଇଁ ଅଗ୍ରୀମ ଟଙ୍କା ନେଇ କାମ ନ କରି ପାରି ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

ଶୁକ୍ରବାର ତାଙ୍କ ସହିତ ରହୁଥିବା ଶ୍ରମିକମାନେ କାମରୁ ଫେରି ଅନିଉଲଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ବହଳଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.