ETV Bharat / state

ଜାମିନରେ ଫେରି ଛାତ୍ରୀଙ୍କୁ ପରୀକ୍ଷାରୁ ବଞ୍ଚିତ କଲେ ପ୍ରଧାନ ଶିକ୍ଷୟତ୍ରୀ, ଅଭିଭାବକଙ୍କ ରାସ୍ତାରୋକ - ପରୀକ୍ଷାରୁ ବଞ୍ଚିତ କଲେ ପ୍ରଧାନ ଶିକ୍ଷୟତ୍ରୀ

ନିଲମ୍ବିତ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନେଇ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଛି ।

mayurbhanj
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Dec 4, 2019, 9:38 AM IST

ମୟୂରଭଞ୍ଜ: ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନେଇ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଛି । ଜାମିନରେ ଆସି ପ୍ରଧାନ ଶିକ୍ଷୟତ୍ରୀ ଦଶମ ଶ୍ରେଣୀ ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରାଇଥିବାରୁ ଏପରି ଉତ୍ତେଜନା ଦେଖାଯାଇଛି । ଏହାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପୁଣି ପୋଲିସ ଗିରଫ କରିଛି । ପୂର୍ବରୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେବାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାରେ ତାଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ କରିପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ, ଗତ ନଭେମ୍ବର 1 ତାରିଖରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଅସଦାଚରଣ କରିଥିଲେ । ଏନେଇ ନେଇ ପୀଡିତା ଜଣଙ୍କ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।

ଏହାପରେ ପ୍ରଧାନଶିକ୍ଷୟିତ୍ରୀ ଜାମିନରେ ଆସିବା ପରେ ମଙ୍ଗଳବାର ସ୍କୁଲ ଆସି ଦଶମଶ୍ରେଣୀ ଛାତ୍ରୀ ମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଇବା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେବେ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରୀ ମାନେ ଏ ସଂପର୍କରେ ଅଭିଭାବକ ମାନଙ୍କୁ ଜଣାଇଥିଲେ ।

ଏହାପରେ ନିଲମ୍ବନ ପରେ ପ୍ରଧାନଶିକ୍ଷୟିତ୍ରୀ କିପରି ସ୍କୁଲ ଡ୍ୟୁଟିରେ ଯୋଗ ଦେଲେ ସେ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇବାଥିଲେ । ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗ୍ରାମବାସୀ ଓ ଛାତ୍ରୀ ମାନେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଓ ବୈଶିଙ୍ଗା-ରୁପ୍ସା ରାସ୍ତାକୁ ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରି ରଖିଥିଲେ । ରାସ୍ତା ଅବରୋଧ ହେବା ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ।

ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷାଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ ଅନ୍ୟପକ୍ଷରେ ପୁଣି ଥରେ ଆଜି ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ପୋଲିସ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଖୁଣ୍ଟାପୁରରେ ଥିବା ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ଗତ ନଭେମ୍ବର ୧ ତାରିଖରେ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ରାଣୀ ପତିଙ୍କ ସ୍ବାମୀ ଚିନ୍ମୟ ମିଶ୍ର ଉକ୍ତ ବିଦ୍ୟାଳୟରେ ପଢୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ନିଜ ରୁମକୁ ଡାକି ନେଇ ଅସଦାଚରଣ କରିଥିଲେ । ଏ ନେଇ ନେଇ ପୀଡିତା ଜଣଙ୍କ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେ ସମୟରେ ପ୍ରଧାନଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ଙ୍କ ନାମରେ ଅଭଯୋଗ ହୋଇଥିଲା ଅଭିଯୋଗ ପରେ ପ୍ରଧାନଶିକ୍ଷୟିତ୍ରୀ ଗିରଫ ହେବ ସହ ନିଲମ୍ବିତ ହୋଇଥିଲେ - ପ୍ରଧାନଶିକ୍ଷୟିତ୍ରୀ ଜାମିନରେ ଆସିବା ପରେ ଆଜି ସ୍କୁଲ ଆସି ଦଶମଶ୍ରେଣୀ ଛାତ୍ରୀ ମାନଙ୍କୁ ପରୀକ୍ଷା ଦେବାରୁ ବଂଚିତ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ - ତେବେ ପରୀକ୍ଷା ରୁ ବଞ୍ଚିତ ହେବା ପରେ ଛାତ୍ରୀ ମାନେ ଅଭିଭାବକ ମାନଙ୍କୁ ଜଣାଇଥିଲେ -ଛାତ୍ରୀ ଓ ଅଭିଭାବକ ମାନଙ୍କ ଅଭିଯୋଗ ନିଲମ୍ବନ ପରେ ପ୍ରଧାନଶିକ୍ଷୟିତ୍ରୀ କିପରି ସ୍କୁଲ ରେ ଡ୍ୟୁଟି ରେ ଯୋଗ ଦେଲେ - ପ୍ରଧାନଶିକ୍ଷୟତ୍ରୀ ଙ୍କ କାର୍ଯ୍ୟକଳାପ କୁ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଉଭୟ ଗ୍ରାମବାସୀ ଓ ଛାତ୍ରୀ ମାନେ ବୈଶିଙ୍ଗା - ଝିଙ୍କିରିଆ ରାସ୍ତା ଓ ବୈସିଙ୍ଗା-ରୁପ୍ସା ରାସ୍ତା କୁ ଟାୟାର ଜାଳି ଦୀର୍ଘ ସମୟ ଧରି ରାସ୍ତା ଆବୋରଧ କରି ରଖିଥିଲେ - ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା - ତେବେ ଦୀର୍ଘ ସମୟ ଧରି ରାସ୍ତା ଆବୋରଧ ହେବା ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲେ - ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷାଧିକାରୀ ପହଂଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ପ୍ରତ୍ରିଶ୍ରୁତି ଦେବା ପରେ ଆନ୍ଦୋଳନ ରୁ ଓହରିଥିଲେ ଆନ୍ଦୋଳନକାରୀ ଅନ୍ୟପକ୍ଷରେ ପୁଣି ଥରେ ଆଜି ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ପୋଲିସ ଗିରଫ କରିଛି। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବାଇଟ- ୧- ଦଶମ ଶ୍ରେଣୀ ଛାତ୍ରୀ -
ବାଇଟ-୨- ଧ୍ରୁବ ଚରଣ ବେହେରା - ଜିଲ୍ଲା ଶିକ୍ଷା ଅଧିକାରୀ - ମୟୁରଭଞ୍ଜConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.