ETV Bharat / state

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

author img

By

Published : Oct 2, 2022, 7:42 PM IST

ମୟୂରଭଞ୍ଜରୁ ତୀର୍ଥଯାତ୍ରୀଙ୍କୁ ନେଇ ବାରଣାସୀ ଯାଇଥିବା ବସ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଶୀଘ୍ର ନିଜ ଘରକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ତୀର୍ଥ ଯାତ୍ରୀ ବସ୍ ହଜାରିବାଗରେ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ₹୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।

    — CMO Odisha (@CMO_Odisha) October 2, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମୟୂରଭଞ୍ଜରୁ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‌ ବାରଣାସୀ ଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଗୟାରୁ ଫେରୁଥିବାବେଳେ ଏହି ବସଟି ହଜାରିବାଗ ଜିଲ୍ଲାର କଟକମସାଣ୍ଡିରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସଟି ଓଲଟି ପଡ଼ିବା ପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ଯିବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଲୋକେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ତୀର୍ଥ ଯାତ୍ରୀ ବସ୍ ହଜାରିବାଗରେ ଦୁର୍ଘଟଣାଗ୍ରସ୍ତ ହେବା ଖବର ଶୁଣି ମାନ୍ୟବର ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

— Governor Odisha (@GovernorOdisha) October 2, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା, 4 ଓଡିଆ ମୃତ 30 ଆହତ

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏଭଳି ଅଘଟଣରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେପଟେ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି । ସବୁ ଯାତ୍ରୀ ଯେପରି ସୁରକ୍ଷିତ ଭାବରେ ଶୀଘ୍ର ନିଜ ଘରକୁ ଫେରିବେ ସେନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ସମନ୍ବୟ ରଖି ବ୍ୟବସ୍ଥା କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ଭୁବନେଶ୍ବର: ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଶୀଘ୍ର ନିଜ ଘରକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ତୀର୍ଥ ଯାତ୍ରୀ ବସ୍ ହଜାରିବାଗରେ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଶୋକପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ₹୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।

    — CMO Odisha (@CMO_Odisha) October 2, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମୟୂରଭଞ୍ଜରୁ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍‌ ବାରଣାସୀ ଯାଇଥିଲା । ଶନିବାର ବିଳମ୍ବିତ ରାତିରେ ଗୟାରୁ ଫେରୁଥିବାବେଳେ ଏହି ବସଟି ହଜାରିବାଗ ଜିଲ୍ଲାର କଟକମସାଣ୍ଡିରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସଟି ଓଲଟି ପଡ଼ିବା ପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ଯିବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଲୋକେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • ମୟୂରଭଞ୍ଜରୁ ବାରଣାସୀ ଯାଇଥିବା ତୀର୍ଥ ଯାତ୍ରୀ ବସ୍ ହଜାରିବାଗରେ ଦୁର୍ଘଟଣାଗ୍ରସ୍ତ ହେବା ଖବର ଶୁଣି ମାନ୍ୟବର ରାଜ୍ୟପାଳ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

    — Governor Odisha (@GovernorOdisha) October 2, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ...ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା, 4 ଓଡିଆ ମୃତ 30 ଆହତ

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏଭଳି ଅଘଟଣରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେପଟେ ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି । ସବୁ ଯାତ୍ରୀ ଯେପରି ସୁରକ୍ଷିତ ଭାବରେ ଶୀଘ୍ର ନିଜ ଘରକୁ ଫେରିବେ ସେନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ସମନ୍ବୟ ରଖି ବ୍ୟବସ୍ଥା କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.