ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ଢାବାରେ ଚଢାଉ କରି ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ସେମାନଙ୍କୁ ଥାନାକୁ ନିଆଯାଇଛି ।
ସେଠାରେ ବୟସ ଯାଞ୍ଚ ହେବା ପରେ ଜିଲ୍ଲା ସୁରକ୍ଷା ବିଭାଗକୁ ଉଦ୍ଧାର ଶିଶୁଙ୍କୁ ହସ୍ତାନ୍ତର କରାଯିବ । ଏହାସହ ଜିଲ୍ଲାରେ ଏପରି ଚଢାଉ ଜାରି ରହିବ ବୋଲି କୁହାଯାଇଛି । ତେବେ ନାବାଳକଙ୍କ ବୟସ ପାଖାପାଖି 12-14 ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ