ବାରିପଦା: ବୁଧବାର ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ବାରିପଦା ବ୍ଲକ ବାଙ୍କୀଷୋଳ ଠାରେ ସ୍ଥାପିତ ହୋଇଥିବା ଆଦାନୀ କିସ ରେସିଡେନସିଆଲର ସ୍କୁଲର ଉଦଘାଟନ କରିବେ। ଏହା ସହିତ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ 11ଟା ସମୟରେ ସେ ହେଲିକେପ୍ଟର ଯୋଗେ ଆଦାନୀ କିସ ପଡିଆରେ ପହଞ୍ଚିବେ।
ସେପଟେ, ଆଜି CITU ସହ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଇଁ ଡାକରା ଦେଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପୋଲିସ ଓ ପ୍ରଶାସନ ସଜାଗ ରହିଛନ୍ତି। ଏପଟେ ଭାରତ ବନ୍ଦକୁ ଜିଲ୍ଲା କଂଗ୍ରେସ ସହ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ସମର୍ଥନ ଜଣାଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ