ବାରିପଦା: ବିଶ୍ୱପ୍ରସିଦ୍ଧ ମୟୂରଭଞ୍ଜ ଛଉନୃତ୍ୟର ବାର୍ଷିକ ଉତ୍ସବ ଚୈତ୍ରପର୍ବ ବାରିପଦା ଛଉ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏଥି ସହିତ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ମଧ୍ୟ ସଂଲଗ୍ନ କଲେଜ ପଡିଆରେ ଉଦଘାଟିତ ହୋଇ ଯାଇଛି। କୋଭିଡ଼ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଚୈତ୍ରପର୍ବ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ବେଶ ଉତ୍ସାହିତ ହୋଇଛନ୍ତି।
ଚୈତ୍ରପର୍ବ ତଥା ଛଉ ମହୋତ୍ସବର ଗତକାଲି ଶେଷ ଦିନଥିବା ବେଳେ ଆସନ୍ତା ୧୫ ତାରିଖରେ ପଲ୍ଲିଶ୍ରୀ ମେଳା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ମରୋଡା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ, ସାରସକଣା ବିଧାୟକ ଡା. ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ମୟୂରଭଞ୍ଜ ଏସପି ଦ୍ୟାନଦେଓ, ରିଷିକେଶ ଖିଲାରୀ, ପି.ଡି ଡି.ଆର.ଡି.ଏ ଅନ୍ୟାସା ରେଡି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗଦେଇଥିଲେ ।
ଛଉ ନାଚ ପାଇଁ ମୟୂରଭଞ୍ଜ ସାରାବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ, ଛଉନୃତ୍ୟ ତଥା ଛଉ କଳାକାର ମାନଙ୍କର ସାମଗ୍ରିକ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡା ବୋଲି କହିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଗତକାଲି ପ୍ରଥମ ଦିନରେ ରାତିତମାମ ଗ୍ରାମାଞ୍ଚଳ ଛଉ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଓ ୧୩ ତାରିଖ ଦୁଇ ଦିନ ଧରି ରାଜା ରାଜୁଡା ଅମଳର ପରମ୍ପରା ଅନୁସାରେ ବାରିପଦା ଉତ୍ତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନ ମଧ୍ୟରେ ପ୍ରତିଯୋଗୀତା ଭିତ୍ତିରେ ଛଉନାଚ ଅନୁଷ୍ଠିତ ହେବ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ